ଭୁବନେଶ୍ବର: କନିଷ୍ଠ ଡେଭିସ୍ କପ୍ ଅନ୍ତର୍ଗତ ଏସିଆ ଓସେନିଆ ପର୍ଯ୍ୟାୟ ବିଜେତା ଭାରତୀୟ ଦଳର ସଦସ୍ୟ ଦେବାଶିଷ ସାହୁଙ୍କ ନିକଟକୁ ଏବେ ଅଭିନନ୍ଦନର ସୁଅ ଛୁଟିଛି। ଓଡ଼ିଶା ଟେନିସ୍ ସଂଘ (ଓଟିଏ) ସଭାପତି ଅସିତ୍ ତ୍ରିପାଠୀ ଏବଂ ସମ୍ପାଦକ ସତ୍ୟଜିତ ମହାନ୍ତି ରବିବାର ଦେବାଶିଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ଫେରିବା ପରେ ଦେବାଶିଷଙ୍କୁ ସମ୍ବର୍ଧିତ କରାଯିବ ବୋଲି ଓଟିଏ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା) ସଭାପତି ଅନିଲ ଜୈନ ଓ ସମ୍ପାଦକ ଅନିଲ ଧୂପର ଏବଂ କିଟ୍-କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଦେବାଶିଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆଦିଲ୍ଲୀର ଡିଏଲ୍ଟିଏ କଂପ୍ଲେକ୍ସରେ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲରେ ଭାରତ ୨-୧ରେ ଜାପାନକୁ ପରାସ୍ତ କରି ଏସିଆ ଓସେନିଆ ବିଜେତା ହେବା ସହ ବିଶ୍ବଗ୍ରୁପ୍ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ସୋମବାରଠାରୁ ସେଠାରେ ଆରମ୍ଭ ହେଉଥିବା ବାଳିକା ବିଭାଗ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ସୋହିନୀ ମହାନ୍ତିଙ୍କୁ ମଧ୍ୟ ଓଟିଏ ଶୁଭକାମନା ଜଣାଇଛି। ଉଭୟ ପଟିଆସ୍ଥିତ ଟେନିସ୍ କୋର୍ଟରେ ପ୍ରଶିକ୍ଷକ ଫାରହାନ୍ ଅଲୀଙ୍କ ଅଧିନରେ ପ୍ରଶିକ୍ଷିତ ହୋଇ ଆଗକୁ ବଢ଼ିଛନ୍ତି।
ଦେବାଶିଷ ଓ ସୋହିନୀଙ୍କୁ ଓଟିଏର ଅଭିନନ୍ଦନ
/sambad/media/post_attachments/wp-content/uploads/2022/04/fh46f5s4hf5h132fh1fhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)