ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ, ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ଏବେ ବି ଚର୍ଚ୍ଚାରେ ରହିଛି । ଏହି ବିଜୟ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଂଜାମାମ-ଉଲ-ହକ ୩ଜଣ ବ୍ୟକ୍ତିଙ୍କୁ ଶ୍ରେୟ ଦେଇଛନ୍ତି । ଇଂଜାମାମ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତର ବିଜୟର ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇବା ବଡ କଥା ଏବଂ ଯେଉଁ ସମୟରେ ଦଳରେ ବରିଷ୍ଠ ଖେଳାଳି ନାହାନ୍ତି ସେପରି ସମୟରେ ବିଜୟର ଶ୍ରେୟ କୋଚ୍ ରବି ଶାସ୍ତ୍ରୀ, କ୍ୟାପଟେନ ବିରାଟ କୋହଲି ଓ ରାହୁଲ ଦ୍ରାବିଡଙ୍କୁ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ କ୍ରିକେଟରେ ଦ୍ରାବିଡଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଖେଳାଳିଙ୍କୁ ମାନସିକ ସ୍ତରରେ ମଜଭୁତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ଇଂଜାମାମ । ରାହୁଲ ଦ୍ରାବିଡ ୨୦୧୬ରୁ ୨୦୧୯ ଯାଏଁ ୪ ବର୍ଷ ପର୍ଯ୍ୟନ୍ତ ଭାରତୀୟ ‘ଏ’ ଟିମ ଓ ଅଣ୍ଡର ୧୯ ଟିମକୁ କୋଚିଂ ଦେଉଥିଲେ । ପ୍ରାୟ ୩୨ ବର୍ଷ ପରେ ଗାବାରେ ମ୍ୟାଚ୍ ଜିତି ଭାରତ ଐତିହାସିକ ସଫଳତା ହାସଲ କରିବା ପରେ ଭାରତୀୟ ଦଳକୁ ନେଇ କେବଳ ଭାରତ ନୁହଁ ବିଶ୍ୱ କ୍ରିକେଟ୍ ମଧ୍ୟ ପ୍ରଶଂସା କରୁଛି ।