ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳଠାରେ ଚଳିତ ମାସ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଥିବା ଅଷ୍ଟମ ଜାତୀୟ ଉପକନିଷ୍ଠ ସିକ୍ସ-ଏ-ସାଇଡ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଛି। ଦଳରେ ଏମ୍ ସତଚିତ୍ ଆଚାରୀ, କୃଷ୍ଣପ୍ରସାଦ ମହନ୍ତ, ଶୁଭପ୍ରସାଦ ମଲ୍ଲିକ, ଶ୍ରେୟସ କୁମାର ଦୁଦାନୀ, ସାଇସାର୍ଥକ ଭଟ୍ଟାଚାର୍ଯ୍ୟ, ଆଦିତ୍ୟ ପ୍ରତାପ ସାହୁ ସଦସ୍ୟ ରହିଥିଲା ବେଳେ ଅଶୋକ କୁମାର ରାଉତରାୟ ପ୍ରବନ୍ଧକ ଏବଂ ଏମ୍ଡି ଆଜମ୍ ପ୍ରଶିକ୍ଷକ ରହିଥିଲେ। ରୌପ୍ୟ ବିଜେତା ଦଳକୁ ସଂଘ ତରଫରୁ ଶିବାନନ୍ଦ ଶତବାର୍ଷିକୀ ବାଳକ ବିଦ୍ୟାଳୟ ଯୋଗ କେନ୍ଦ୍ରଠାରେ ବୁଧବାର ସମ୍ବର୍ଧିତ କରାଯାଇଛି। ସମ୍ବର୍ଧନା ଉତ୍ସବରେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟସାହାଣୀ ମୁଖ୍ୟ ଅତିଥି, ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର, ତପନ କୁମାର ମହାନ୍ତି, ଗୌତମ କୁମାର ବେହେରା, ବାସୁଦେବ ଓଝା, ଚନ୍ଦ୍ରକାନ୍ତ ବାରିକ ଉପସ୍ଥିତ ରହିଥିଲେ।