ଭୁବନେଶ୍ବର: ପଶ୍ଚିମବଙ୍ଗର ବର୍ଦ୍ଧମାନଠାରେ ଆୟୋଜିତ ଜାତୀୟ ଥ୍ରୋ-ବଲ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ମହିଳା ଦଳର ଖେଳାଳି, ପ୍ରଶିକ୍ଷକ ଅଭିଜିତ୍ ମହାନ୍ତିଙ୍କ ସହିତ ରାଜ୍ୟ ସଂଘର ସଂପାଦକ ଯଶୋମନ୍ତ ପରମଗୁରୁ ଓ ଜିତେନ୍ଦ୍ର ନାଥ ଦାସଙ୍କୁ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାରେ ଥ୍ରୋ-ବଲ୍ ଖେଳକୁ ପରିଚିତ କରାଇଥିବା କୃଷ୍ଣଚନ୍ଦ୍ର ଦାସଙ୍କୁ ଧନ୍ୟବାଦ ଜଣାଇଥିଲେ। ସରକାରଙ୍କ କ୍ରୀଡ଼ା ନୀତି ଅନୁଯାୟୀ ଥ୍ରୋ-ବଲ୍ ଖେଳାଳିଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇଦେବା ଏବଂ ଖେଳର ବିକାଶ ଦିଗରେ ସହାୟତା ଦେବା ନେଇ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ବିଧାୟକ ରାଉତରାୟ ପ୍ରତିଶ୍ରୁତି ଦେଇଥିଲେ।
ରୌପ୍ୟ ବିଜେତା ଓଡ଼ିଶା ମହିଳା ଥ୍ରୋ-ବଲ୍ ଦଳକୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2021/12/gj45g65d4jg65d4g65jgjjggj.jpg)