ଭୁବନେଶ୍ବର: ହରିଆଣାରେ ଆୟୋଜିତ ଜାତୀୟ ସାଇକେଲିଂ ଓ ରୋଲରସ୍କେଟିଂ ପ୍ରତିଯୋଗିତାରେ ପଦକ ଜିତିଥିବା ସ୍ପେସାଲ ଅଲିମ୍ପିକ୍ସ ଭାରତ (ଏସ୍‌ଓବି)-ଓଡ଼ିଶା ଆଥ୍‌ଲେଟ୍‌ ଏବଂ ଏମାନଙ୍କ ପ୍ରଶିକ୍ଷକଙ୍କୁ ବୁଧବାର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧିତ ଖେଳାଳିମାନେ ହେଲେ ଦେବାଶିଷ, ସିଦ୍ଧାର୍ଥ, ଦଧିଚି, ସିପ୍ରା ପ୍ରିୟଦର୍ଶନୀ, ପ୍ରିୟ ରଂଜନ ଏବଂ ପ୍ରଶିକ୍ଷକ ବୀରେନ ଜେନା ଓ ଗୀତା ପଣ୍ଡା। ଓପନ୍‌ ଲର୍ନିଂ ସିଷ୍ଟମ୍ସଠାରେ ବିଆର୍‌ଏମ୍‌-ଏଏସ୍‌ଏଚ୍‌ଏ ଓଡ଼ିଶା ଟିମ୍‌ ଦ୍ବାରା ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓପେପାର ପୂର୍ବତନ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ, ଏସ୍‌ଆଇଡିବିଆ ଡିଜିଏମ୍‌ ପ୍ରଦ୍ୟୁମ୍ନ ଚୌଧୁରୀ, ଓଏଲ୍‌ଏସ୍‌ ସମ୍ପାଦକ ପ୍ରତାପ ରଥ, ପୂର୍ବତନ ଏସ୍‌ସିପିଡି କସ୍ତୁରୀ ମହାପାତ୍ର, ଏସ୍‌ଓବି-ଓଡ଼ିଶା ଏରିଆ ନିର୍ଦେଶକ ପ୍ରକାଶ ରଥ, ବିଆର୍‌ଏମ୍‌-ଏଏସ୍‌ଏଚ୍‌ଏ ଉପସଭାପତି ପ୍ରଦୀପ୍ତ ରଥ, ଏସ୍‌ଓବି-ଓଡ଼ିଶା ରାଜ୍ୟ ପୋଗ୍ରାମ ‌କୋଅର୍ଡିନେଟର ଅର୍ପିତା ମହାପାତ୍ର, ମିସନ ଶକ୍ତି ପରାମର୍ଶଦାତା ଗୀତାଞ୍ଜଳି ବସ୍ତିଆ, ଓଡ଼ିଶା ମହିଳା କମିସନର ପୂର୍ବତନ ସଦସ୍ୟ ସ୍ନେହାଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।