କନ୍ନୋର ଏମ୍‌ସିସିର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପୁରାତନ କ୍ରିକେଟ୍ କ୍ଲବ୍‌ ଏମ୍‌ସିସି (ମେରିଲବୋନ୍‌ କ୍ରିକେଟ୍ କ୍ଲବ୍‌) ଏକ ଐତିହାସିକ ନିଷ୍ପତ୍ତି କ୍ରମରେ ଇଂଲଣ୍ଡ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା କ୍ଲେୟାର୍‌ କନ୍ନୋରଙ୍କୁ ସଭାପତି ନିଯୁକ୍ତ କରିଛି। ୨୩୩ ବର୍ଷୀୟ ଏହି କ୍ଲବ୍ ଓ ଲର୍ଡସକୁ କ୍ରିକେଟ୍‌ର ମକ୍କା କୁହାଯାଇଥାଏ। ୧୯୯୮ ମସିହାରୁ ପ୍ରଥମ ମହିଳା ସଦସ୍ୟ ସାମିଲ କରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ଏହାର ସଭାପତି ଦାୟିତ୍ବ‌‌ ନେବାକୁ ଯାଉଛନ୍ତି। ୧୯୯୫ରୁ ୨୦୦୫ ମସିହା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ୪୩ ବର୍ଷୀୟ କନ୍ନୋର ୧୬‌ ଟେଷ୍ଟ୍‌, ୯୩ ଦିନିକିଆ, ୨ ଟି-୨୦ ଖେଳିଥିଲେ। ବର୍ତମାନର ସଭାପତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବେ। ମାତ୍ର ୧୯ ବର୍ଷରେ କନ୍ନୋର ଇଂଲଣ୍ଡ ପାଇଁ ପଦାର୍ପଣ କରି ୨୦୦୦ ମସିହାରେ ଅଧିନାୟିକା ହୋଇଥିଲେ।

ସମ୍ବନ୍ଧିତ ଖବର