ହୋବର୍ଟ: ଅଭ୍ୟାସ ବେଳେ ଦକ୍ଷିଣ ଆଫ୍ରିକାର ପ୍ରତିଷ୍ଠିତ କ୍ରିକେଟ୍ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ ଗୁରୁତର ଆହତ ହୋଇଛି। ବଲ୍ ବାଜି ତାଙ୍କ ଥୋମଣି ହାଡ଼ ଭାଙ୍ଗି ଯାଇଥିଲା ବେଳେ ଏକାଧିକ ଦାନ୍ତ ଝଡ଼ି ପଡ଼ିଛି। ସେଥିପାଇଁ ସେ ପୁନର୍ବାର ଦାନ୍ତ ପ୍ରତିରୋପଣ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ମର୍ମତୁଦ ଘଟଣା ଅଷ୍ଟ୍ରେଲୀୟ ସହର ହୋବର୍ଟରେ ଘଟିଛି। କର୍ଷ୍ଟେନ୍ ଅଷ୍ଟ୍ରେଲିଆର ଘରୋଇ ଟେ୍ଵଣ୍ଟି-୨୦ ଲିଗ ବିଗ୍ ବାସ୍ ବା ବିବିଏଲରେ ହୋବର୍ଟ ହରିକେନ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ଅଛନ୍ତି। କର୍ଷ୍ଟେନ ମଙ୍ଗଳବାର ହୋବର୍ଟର ବ୍ଲଣ୍ଡଷ୍ଟୋନ ଏରିନାରେ ଡାକି ସଟ୍ ନାମକ ଜଣେ ବ୍ୟାଟ୍ସମ୍ୟାନଙ୍କୁ ବଲ୍ ପକାଇ ବ୍ୟାଟିଂ ଅଭ୍ୟାସ କରାଉଥିଲେ। ସଟ୍ ସବୁ ବଲ୍କୁ ରକ୍ଷଣାତ୍ମକ ଢଙ୍ଗରେ ଖେଳୁଥିଲେ। ହେଲେ ଗୋଟିଏ ବଲ୍କୁ ସମ୍ମୁଖୀନ ହେଲା ବେଳେ ନିଜ ବ୍ୟାଟ୍ ଉପରେ ନିୟନ୍ତଣ ହରାଇ ବସିଥିଲେ। ଫଳରେ ତାଙ୍କ ବ୍ୟାଟରେ ବଲ୍ ଜୋରରେ ବଜି ସିଧା କର୍ଷ୍ଟେନଙ୍କ ମୁହଁରେ ବାଜିଥିଲା। ଅପ୍ରସ୍ତୁତ ଥିବା କର୍ଷ୍ଟେନ ଏହାକୁ ରୋକିବା ଲାଗି ସମୟ ବି ପାଇ ନଥିଲେ। ବଲ୍ ବାଜିବା କ୍ଷଣି ତାଙ୍କ ଥୋମଣି ଫାଟି ଧାର ଧାର ରକ୍ତ ବୋହିଥିଲା। ହରିକେନ ଦଳର ଅଧିକାରୀମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସଂପ୍ରତି ସେ ହୋବର୍ଟରେ ଏକ ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି। କର୍ଷ୍ଟେନ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଭାରତକୁ ୨୦୧୧ରେ ବିଶ୍ୱ ବିଜୟୀ କରାଇ ପାରିଥିଲେ।
କର୍ଷ୍ଟେନଙ୍କ ଦାନ୍ତ ଭାଙ୍ଗିଲା
/sambad/media/post_attachments/wp-content/uploads/2018/01/9-Gary-Kirsten.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)