ନୂଆଦିଲ୍ଲୀ: ଟିଭି ସୋ ‘କଫି ଉଇଥ୍ କରଣ’ରେ ମହିଳାମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଛନ୍ଦି ହୋଇପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏଣିକି ଜଣେ ଭଲ କ୍ରିକେଟର୍ ହୋଇ ବାହାରିବେ ବୋଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି। କୋହଲି ସୋମବାର କହିଛନ୍ତି କି ଏହି ବିବାଦ ପାଣ୍ଡ୍ୟାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରେ। ଏହା ବ୍ୟତୀତ ସେ ପାଣ୍ଡ୍ୟାଙ୍କ ଖେଳ ଦକ୍ଷତା ସପକ୍ଷରେ ବି ଗୁଡ଼ାଏ କଥା କହିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ସର୍ବସାଧାରଣରେ ମହିଳାମାନଙ୍କ ସଂପର୍କରେ ବେହୁସିଆର୍ ହୋଇ ମତ ରଖିଥିବା ୨୫ ବର୍ଷିଅ ପାଣ୍ଡ୍ୟାଙ୍କୁ ସୋମବାର ନିଉଜିଲାଣ୍ଡ୍ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳିନାହିଁ।
ନିକଟ ଅତୀତରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲ ବିବାଦୀୟ ମନ୍ତବ୍ୟ ଦେଇ ଛନ୍ଦି ହୋଇ ପଡ଼ିଥିବା ବେଳେ ସେମାନଙ୍କୁ କୋହଲି ତୀବ୍ର ନିନ୍ଦା କରିିଥିବା ବେଳେ ଏବେ ଅଲ୍ରାଉଣ୍ଡର୍ ପାଣ୍ଡ୍ୟାଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଚଳିତମାସ ଆରମ୍ଭରୁ ବିସିସିଆଇ ପାଣ୍ଡ୍ୟା ଏବଂ ରାହୁଲଙ୍କୁ ଖେଳରୁ ନିଲମ୍ବିତ କରିବା ପରେ ତାଙ୍କୁ ଅଷ୍ଟ୍ରେଲିଆରୁ ଘରକୁ ଫେରାଇ ଦିଆଯାଇଛି।