ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ଆଡ୍‌ହକ୍‌ କମିଟିକୁ ନେଇ ବିବାଦ: ବିତାଡ଼ିତ ସଭାପତି ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ସ˚ଘକୁ ଭାଙ୍ଗିଲେ

ଚିଠି ଅବୈଧ, ଆଡ୍‌ହକ୍‌ କମିଟି ଗ୍ରହଣୀୟ ନୁହେଁ: ବୀରେନ୍‌

କଟକ: ସବୁବେଳେ ବିବାଦ ଘେରରେ ରହୁଥିବା ଓଡ଼ିଶା ହ୍ୟାଣ୍ତବଲ୍‌ ସ˚ଘକୁ ନେଇ ଆଉ ଏକ ନୂଆ ବିବାଦ ମୁଣ୍ତ ଟେକିଲାଣି। ଭାରତୀୟ ହ୍ୟାଣ୍ତ୍‌ବଲ୍‌ ସ˚ଘ ପ୍ୟାଡ୍‌ରେ ଏକ ଆଡ୍‌ହକ୍‌ କମିଟି ଗଠନ କରାଯିବା ଚିଠିକୁ ନେଇ ଏହି ବିବାଦ ଦେଖାଦେଇଛି। ମହାସ˚ଘ ପକ୍ଷରୁ ଓଡ଼ିଶା ହ୍ୟାଣ୍ତବଲ ସ˚ଘ ସ୍ବୀକୃତିକୁ ପ୍ରତ୍ୟାହାର କରିନିଆଯାଇଥିଲା ବେଳେ ସମସ୍ତ ୩୦ ଜିଲ୍ଲାରେ ଖେଳ ପରିଚାଳନା କରିବାକୁ ଏକ ୭ଜଣିଆ ଆଡ୍‌ହକ୍‌ କମିଟି ଗଠନ କରାଯାଇଛି। ଏହି କମିଟିରେ କେନ୍ଦୁଝର ଜିଲ୍ଲା ସମ୍ପାଦକ ଋତ୍ବିକ ଅଧିକାରୀ ଅଧ୍ୟକ୍ଷ ଥିବାବେଳେ ଜଗତସି˚ହପୁରର ପ୍ରିୟନାଥ ରାଏ, ପ୍ରଣୟ କୁମାର ପାଣି, ଯାଜପୁରର ରମେଶ ପୃଷ୍ଟି, ମାନସ କୁମାର ସି˚ହ, ଗଞ୍ଜାମର ସୁରେଶ ଚନ୍ଦ୍ର ପାଢୀ, ପୁରୀର ସୀତେନ୍ଦ୍ରନାଥ ଦାସଙ୍କୁ ସଦସ୍ୟ ଭାବେ ନିଆଯାଇଛି। ମହାସ˚ଘ ସଭାପତି ଭାବେ ଏ.ଜଗମୋହନ ରାଓଙ୍କ ଦସ୍ତଖତରେ ଉକ୍ତ ଚିଠି କରାଯାଇଛି।

ଏହି ଚିଠିରେ ଦର୍ଶାଯାଇଛି ଯେ, ଓଡ଼ିଶାରେ ଏବେ ୩୦ ଜିଲ୍ଲା ଥିବାବେଳେ ରାଜ୍ୟ ସ˚ଘ ମାତ୍ର ୯ଟି ଜିଲ୍ଲାକୁ ସ୍ବୀକୃତି ପ୍ରଦାନ କରିଛି। ଅନ୍ୟ ଜିଲ୍ଲାମାନଙ୍କୁ ସ୍ବୀକୃତି ଦେବାରେ ରାଜ୍ୟ ସ˚ଘ ବିଫଳ ହୋଇଛି। କିନ୍ତୁ ଏହି ଚିଠିର ପ୍ରତିବାଦ କରିଛନ୍ତି ଓଡ଼ିଶା ହ୍ୟାଣ୍ତ୍‌ବଲ୍‌ ସ˚ଘର ସମ୍ପାଦକ ବୀରେନ୍‌‌ ବେହେରା। ଯାହାଙ୍କ ଦସ୍ତଖତରେ ଚିଠି କରାଯାଇଛି, ସେ ଗତ ୧୦ ତାରିଖରୁ ମହାସ˚ଘରୁ ବିତାଡ଼ିତ ହୋଇସାରିଛନ୍ତି। ଇନ୍ଦୋରରେ ହୋଇଥିବା ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଜଗମୋହନ ରାଓଙ୍କୁ ସଭାପତି ପଦରୁ ବିଦା କରାଯାଇ ପ୍ରଦୀପ କୁମାର ବାଲାମୁଚୁଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଅର୍ପଣ କରାଯାଇଛି। ଏବେ ୩ଦିନ ପରେ ଜଗମୋହନ କିପରି ଚିଠି କରିପାରିବେ ବୋଲି ବୀରେନ୍‌ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପକ୍ଷରେ ମହାସ˚ଘ ବିରୋଧରେ ରାଜ୍ୟ ସ˚ଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ବିଚାରାଧୀନ ରହିଛି। ଭୋଟଦାନ ଅଧିକାର ସ˚କ୍ରାନ୍ତରେ ଏକ ମାମଲାକୁ ହାଇକୋର୍ଟରେ ଦାୟର ହୋଇଥିଲା ବେଳେ ଓଡ଼ିଶା ହ୍ୟାଣ୍ତବଲ୍‌ ସ˚ଘ ଓ ଭାରତୀୟ ମହାସ˚ଘକୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ବୀରେନ୍‌ ରାଜ୍ୟ ସ˚ଘର ସମ୍ପାଦକ ପଦରେ ରହିବେ। ତେଣୁ ରାଜ୍ୟ ସ˚ଘ ଭାଙ୍ଗିବାକୁ ହେଲେ ପ୍ରଥମେ ମହାସ˚ଘ ପକ୍ଷରୁ ନୋଟିସ୍‌ କରାଯିବା ଆବଶ୍ୟକ। ହେଲେ ଆମ ପାଖରେ କୌଣସି ଚିଠି ହସ୍ତଗତ ହୋଇନଥିବା ବୀରେନ୍‌ କହିଛନ୍ତି। ସେହିପରି ମହାସ˚ଘର ରାଜ୍ୟ ସ˚ଘ ପ୍ରତି ଯାହା ପଦକ୍ଷେପ ନିଆଯିବ, ତାହା ହାଇକୋର୍ଟଙ୍କୁ ଅବଗତ କରାଯିବ। କିନ୍ତୁ ହାଇକୋର୍ଟଙ୍କୁ କୌଣସି ଜବାବ ଦିଆଯାଇନଥିବାରୁ କିମ୍ବା ହାଇକୋର୍ଟ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେଇନଥିବାରୁ ଏହି ଚିଠି ବୈଧ ନୁହେଁ ବୋଲି ବୀରେନ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର