ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଓପ୍ନର ଡେଭନ୍ କନ୍ୱେ ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଅର୍ଦ୍ଧଶତକ ପାଳି ଅବସରରେ ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଦ୍ରୁତତମ ୫୦୦୦ ରନ୍ କରିବାରେ ତୃତୀୟ ବ୍ୟାଟର୍ ହୋଇଛନ୍ତି। ଏକ୍ଷେତ୍ରରେ ସେ ପାକିସ୍ତାନ ଅଧିନାୟକ ବାବର ଆଜମ୍ଙ୍କୁ ପଛରେ ପକାଇ ଦେଇଛନ୍ତି। କନ୍ୱେ ୧୪୪ ମ୍ୟାଚ୍ରୁ ୫୦୦୦ ରନ୍ ପୂରଣ କରିଥିଲା ବେଳେ ବାବରଙ୍କୁ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ୧୪୫ ମ୍ୟାଚ୍ ଖେଳିବାକୁ ପଡ଼ିଥିଲା। ତେବେ କନ୍ୱେ ଅଷ୍ଟ୍ରେଲିଆର ସନ୍ ମାର୍ଶ (୧୪୪ ମ୍ୟାଚ୍)ଙ୍କ ସମକକ୍ଷ ରହିଛନ୍ତି। ଏହି ତାଲିକାରେ ୱେଷ୍ଟ୍ଇଣ୍ଡିଜ୍ର କ୍ରିସ୍ ଗେଲ୍ (୧୩୨ ମ୍ୟାଚ୍) ଏବଂ ଭାରତର କେଏଲ୍ ରାହୁଲ (୧୪୩ ମ୍ୟାଚ୍) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।
ବାବରଙ୍କୁ ଟପିଲେ କନ୍ୱେ
/sambad/media/post_attachments/wp-content/uploads/2023/05/conway.jpg)