ଭୁବନେଶ୍ବର: ଖେଳାଳିଙ୍କ ସହ ସାଧାରଣ ଲୋକଙ୍କ ପାଇଁ ‘କୁଲ୍ ଡାଉନ୍’ ନାମକ ଏକ ଅଭିନବ ଉତ୍ପାଦ ଶନିବାର ସହିଦ ସ୍ପୋର୍ଟିଂ କ୍ଲବ୍ଠାରେ ଉନ୍ମୋଚିତ ହୋଇଯାଇଛି। ଗ୍ଲୋବାଲ ଫିଜିଓ ସେଲ୍ ପକ୍ଷରୁ ଏହି ‘କୁଲ୍ ଡାଉନ’ର ବ୍ୟବହାର କରି ଯେ କୌଣସି ବ୍ୟକ୍ତି ତୁଳନାତ୍ମକ ଭାବେ ଅଧିକ ସମୟ କ୍ଲାନ୍ତି ମେଣ୍ଟାଇବା ସହ ଖରାରେ କାର୍ଯ୍ୟ କରି ପାରିବ। ଖେଳାଳିମାନେ ଏଥିରୁ ବିଶେଷ ଉପକୃତ ହେବେ। ‘କୁଲ ଡାଉନ୍’ ବେକ ଚାରିପଟେ ରଖିବା ପରେ ଖେଳାଳିମାନେ ଅଭ୍ୟାସ ସମୟକୁ ବଢ଼ାଇ ପାରିବେ। ଏହା ସେମାନଙ୍କ ଶରୀରକୁ ଥଣ୍ଡା ରଖିବା ସହ ମସ୍ତିସ୍କକୁ ରକ୍ତ ସଂଚାଳନରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଖେଳାଳିମାନଙ୍କ ଅଭିଯୋଗ ଭିତ୍ତିରେ ଗ୍ଲୋବାଲ ଫିଜିଓ ସେଲ୍ର ପ୍ରତିଷ୍ଠାତା ତଥା ଭାରତୀୟ ହକି ଓ ଫୁଟ୍ବଲ୍ ଦଳର ପୂର୍ବତନ ଫିଜିଓ ମୁକ୍ତି ପ୍ରସାଦ ଦାଶ ‘କୁଲ୍ ଡାଉନ୍’ ଭଳି ନିଆରା ଉତ୍ପାଦକୁ ସଂରଚନା କରିଛନ୍ତି। ଶନିବାର ଏହାର ଉନ୍ମୋଚନ ଉତ୍ସବରେ କ୍ରୀଡ଼ା ପ୍ରଶାସକ ଅଶୋକ କୁମାର ମହାନ୍ତି, ଏଭେରେଷ୍ଟ ବିଜେତା ଗଣେଶ ଚନ୍ଦ୍ର ଜେନା, ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ ରସନାରା ପରବିନ, ବରିଷ୍ଠ ଭଲିବଲ୍ ପ୍ରଶିକ୍ଷକ ଏସ୍ଏନ୍ ସେନାପତି, ଫୁଟବଲ୍ ପ୍ରଶିକ୍ଷକ ଜୟଦେବ ମହାପାତ୍ର, ରାଜ୍ୟର ପ୍ରଥମ ସ୍ପୋର୍ଟସ ନ୍ୟୁଟ୍ରିସନିଷ୍ଟ୍ ଦେବାଶିଷ ରାଉତ, ଉତ୍କଳ ଆଇଏପି କୋଷାଧ୍ୟକ୍ଷ ପି ରାୟସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ରସନାରା ପରବିନ ଓ ଗଣେଶ ଚନ୍ଦ୍ର ଜେନା ଏହି ଉତ୍ପାଦର ପ୍ରତ୍ୟେକ୍ଷ ଅନୁଭବରୁ ଉପକାରିତା ପାଇଥିବା ପ୍ରକାଶ କରିଥିଲେ। ଗ୍ଲୋବାଲ ଫିଜିଓ ସେଲ୍ ପକ୍ଷରୁ ଡାକ୍ତର ସାଗର ଦୀକ୍ଷିତ, ଡାକ୍ତର ସତ୍ୟ ମହାନ୍ତି, ଡାକ୍ତର ନିହାରିକା ଜୈନ, ଡାକ୍ତର ସ୍ମୃତି ରଞ୍ଜନ, ନିହାର ରଞ୍ଜନ, ସୁନିଲ ଦେବତା ଏବଂ ଶ୍ବେତପଦ୍ମା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଖେଳାଳିଙ୍କୁ କୁଲ୍ ରଖିବ ‘କୁଲ୍ ଡାଉନ୍’
/sambad/media/post_attachments/wp-content/uploads/2022/05/564j65sf465sf4f6hs54hf65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)