ଜୟପୁର : ଗତ ବର୍ଷ ଆର୍ଥିକ ମନ୍ଥରତା ଗଲ୍ଫ ଇଣ୍ଡଷ୍ଟ୍ରି ଉପରେ ପଡ଼ିଥିଲା। ଅନାବଶ୍ୟକ ଜାତୀୟ/ଆନ୍ତର୍ଜାତୀୟ ଗସ୍ତ, ପ୍ରମୁଖ କର୍ପୋରେଟ୍ ଗଲ୍ଫ ପ୍ରତିଯୋଗିତା ବାତିଲ ଏବଂ ପ୍ରାୟୋଜକମାନେ ପେସାଗତ ଗଲ୍ଫଠୁ ଦୂରେଇ ରହିଥିଲେ। ଏବେ କରୋନା ଭୂତାଣୁ ଏହି ଇଣ୍ଡଷ୍ଟ୍ରି ଉପରେ ଆହୁରି ସମସ୍ୟା ଲଦିଦେଇଛି। ୟୁରୋପୀୟ ଟୁର୍ ପ୍ରମୁଖ ସହ ୧.୭୫ ନିୟୁତ ଡଲାର ପୁରସ୍କାର ବିଶିଷ୍ଟ ହିରୋ ଇଣ୍ଡିଆନ୍ ଓପନ୍ ସ୍ଥଗିତ ରଖିବାକୁ ପଡ଼ିଛି। ଲକ୍ଡାଉନ୍ ପାଇଁ ଅନେକ ପେସାଗତ ଓ ସୌଖୀନ ପ୍ରତିଯୋଗିତା ବାତିଲ୍ କିମ୍ବା ସ୍ଥଗିତ ରଖାଯାଇଛି। ଦେଶ, ବିମାନ ଚଳାଚଳ, ଗଲ୍ଫ ପାଠ୍ୟକ୍ରମ ବନ୍ଦ ରହିଥିବା ବେଳେ କେବଳ ଗଲ୍ଫରମାନେ ନିଜ ନିଜ ଘରେ ସୀମିତ ରହିଥିବାରୁ ବିଶେଷଜ୍ଞମାନେ ୧୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ କ୍ଷତି ଘଟିବାର ଆକଳନ କରିଛନ୍ତି। ଲକ୍ଡାଉନ୍ ଲାଗି ସାରା ଦେଶରେ ଥିବା ୨୪୦ ଗଲ୍ଫ କ୍ଲବ୍ଗୁଡ଼ିକକ ମଧ୍ୟ ଦୈନିକ କ୍ଷତି ସହୁଛନ୍ତି।
କରୋନା ପାଇଁ ଗଲ୍ଫରେ ୧୦୦ କୋଟି କ୍ଷତି
/sambad/media/post_attachments/wp-content/uploads/2020/04/colf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)