ନୂଆଦିଲ୍ଲୀ: ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ | ଆଉ ଆଇପିଏଲରେ ପଶିଛି କରୋନା | ଆଇପିଏଲର ଦିଲ୍ଲୀ କ୍ୟାପିଟାଲସ ଟିମର ସମସ୍ତ ସଦସ୍ୟଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି | ଫିଜିଓ ପାଟ୍ରିକ୍ ଫାରହାର୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଜଣେ ଖେଳାଳିଙ୍କ ରିପୋର୍ଟ ମଧ୍ୟ ପଜିଟିଭ ହୋଇଛି। ଯାହା ପରେ ସମଗ୍ର ଦିଲ୍ଲୀ କ୍ୟାପିଟାଲସ ଦଳକୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି | ଖବର ଅନୁଯାୟୀ, ଏହି କାରଣରୁ ଦିଲ୍ଲୀ ଆଗାମୀ ମ୍ୟାଚ୍ ପାଇଁ ପୁଣେ ଯାତ୍ରାକୁ ମଧ୍ୟ ସ୍ଥଗିତ ରଖିଛି। ଦିଲ୍ଲୀ କ୍ୟାପିଟାଲର ଖେଳାଳିମାନେ ଏବେ ସେମାନଙ୍କ କୋଠରୀରେ ଅଛନ୍ତି ଏବଂ ୨ ଦିନ ଧରି କୋଭିଡ ପରୀକ୍ଷା କରାଯିବ |

Advertisment

ଫିଜିଓ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ରା଼ପିଡ଼ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ଜଣେ ଖେଳାଳି ସଂକ୍ରମିତ ହୋଇଥିବାର ଜଣାପଡିଥିଲା | ଏହି କାରଣରୁ ଫ୍ରାଞ୍ଚାଇଜ୍ ପୁଣେ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି |

ପଏଣ୍ଟ ଟେବୁଲରେ ୮ ନମ୍ବର ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲସକୁ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଏପ୍ରିଲ୍ ୨୦ ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡିବ। ଏହି ମ୍ୟାଚ୍ ପାଇଁ ଦଳ ଆଜି ପୁଣେ ଅଭିମୁଖେ ଯିବାର ଥିଲା, କିନ୍ତୁ କରୋନା ପଜିଟିଭ ଆସିବା ଖେଳାଳିମାନେ ଯାତ୍ରା ସ୍ଥଗିତ କରି ହୋଟେଲରେ ଅଛନ୍ତି | ବିସିସିଆଇ ସୂତ୍ର ଅନୁଯାୟୀ, ଯାହାର ରିପୋର୍ଟ ଆସନ୍ତାକାଲି ନେଗେଟିଭ ହେବ, ସେମାନେ ହିଁ ପୁଣେ ଯିବେ।