ବିଦେଶାଗତ ପକ୍ଷୀଙ୍କ ସହ କରୋନା ଭାଇରସର ସମ୍ପର୍କ ନାହିଁ

ନୂଆଦିଲ୍ଲୀ: ବିଦେଶାଗତ ପକ୍ଷୀଙ୍କ ସହ କରୋନା ଭାଇରସର କୌଣସି ସମ୍ପର୍କ ନାହିଁ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏଣୁ ବିଦେଶାଗତ ପକ୍ଷୀଙ୍କୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ନ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି। ବିଦେଶାଗତ ପକ୍ଷୀଙ୍କ ଯୋଗୁଁ ଭାରତରେ କରୋନା ଭାଇରସ ବ୍ୟାପିବାରେ ଲାଗୁଛି ବୋଲି ଯେଉଁ ମତ ପ୍ରକାଶ ପାଇଛି, ତାହାକୁ କେନ୍ଦ୍ରମନ୍ତ୍ରୀ ଖଣ୍ଡନ କରିବା ସହ ଏହାକୁ ନେଇ ଭୟ ନ କରିବାକୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏଭଳି ବିଭ୍ରାନ୍ତିରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। ବିଦେଶାଗତ ପକ୍ଷୀ କରୋନା ଭାଇରସର ବାହକ ନୁହଁନ୍ତି ବୋଲି ଜାଭଡେକର କହିଛନ୍ତି।

ସମ୍ବନ୍ଧିତ ଖବର