ଭୁବନେଶ୍ବର : ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ କର୍ପୋରେଟ କ୍ରିକେଟ ଲିଗ୍ । ରାଜଧାନୀର କର୍ପୋରେଟ ହାଉସ ଏବଂ ଷ୍ଟାର୍ଟଅପମାନେ ମଧ୍ୟ ସାମିଲ ହେବେ ଏହି କ୍ରିକେଟ୍ ଲିଗରେ । ଭୁବନେଶ୍ୱରରେ ବଢୁଥିବା କ୍ରିକେଟ କ୍ରେଜକୁ ଦେଖି କ୍ରିକେଟ ଲିଗ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟର ଅଗ୍ରଣୀ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଥିବା ଫିନଟେକ କମ୍ପାନି ଆଇସର୍ଭୟୁ ।
ଖୁବ୍ ଶୀଘ୍ର ଏହି ଲିଗର ରୂପରେଖ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯିବ ବୋଲି ଆଇସର୍ଭୟୁର ସିଏଚଓ ଉମାକାନ୍ତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଇସର୍ଭୟୁ ପକ୍ଷରୁ ଗତ ୨ ଦିନ ଧରି ସିଭି ରମଣ ଗ୍ରାଉଣ୍ଡରେ ସ୍ଵତନ୍ତ୍ର କ୍ରିକେଟ୍ ଲିଗ୍ ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୪ଟି ଟିମ ଭାଗନେଇଥିଲେ। ଏହା ସହ ପ୍ରତ୍ୟେକ ମାସରେ କମ୍ପାନୀ ପକ୍ଷରୁ ଏଭଳି ଲିଗ୍ ଆୟୋଜନ କରାଯିବ ବୋଲି ସେ କହିଛନ୍ତି ।