ଭୁବନେଶ୍ବର: ଭୁବନେଶ୍ବର ଗଲ୍ଫ କ୍ଲବ୍ (ବିଜିସି) ପକ୍ଷରୁ କର୍ପୋରେଟ୍ ଗଲ୍ଫ ପ୍ରତିଯୋଗିତା-୨୦୨୨ ଗତ ଶନିବାର ଓ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ବର୍ଗ ୦-୧୭ ଶ୍ରେଣୀରେ ସତ୍ୟଜ୍ୟୋତି ମହାନ୍ତି ବିଜେତା ହୋଇଥିବା ବେଳେ ଶୈଳେନ୍ଦ୍ର ଉପାଧ୍ୟାୟ ଉପବିଜେତା ଏବଂ ଅଜୟ ନେଗି ବେଷ୍ଟ୍ ଗ୍ରସ୍ ସମ୍ମାନ ପାଇଛନ୍ତି। ସେହିଭଳି ୧୭-୨୪ ହ୍ୟାଣ୍ଡିକ୍ୟାପ୍ ଶ୍ରେଣୀରେ ଖେଳିଥିବା ରାଜ୍ୟର ଅଗ୍ରଣୀ ମହିଳା ଗଲ୍ଫର ଲଖି ସ୍ବାଇଁ ସର୍ବାଧିକ ୪୦ ସ୍କୋର୍ ସହ ନେଟ୍ ବିଜୟିନୀ ହୋଇଥିବା ବେଳେ କ୍ୟାପଟେନ୍ ଏକେ ମହାପାତ୍ର ଉପ ବିଜେତା ହୋଇଥିଲେ। ହର୍ଷଦୀପ କୌର୍ ମହିଳା ବିଭାଗ ବିଜୟିନୀ ହୋଇଥିଲେ। ଦଳଗତ ବର୍ଗରେ ପିପିଟି ବିଜେତା, ଇମ୍ଫା ଉପବିଜେତା ଏବଂ ଜେଡ୍ ଇଷ୍ଟେଟ୍ ଦ୍ବିତୀୟ ଉପବିଜେତା ହୋଇଥିଲା। ବ୍ୟକ୍ତିଗତ ଭାବେ ଦୀପ୍ତାଂଶୁ ଚିତ୍ରା ବେଷ୍ଟ୍ ଆଉଟ୍ଷ୍ଟେସନ୍ ଗଲ୍ଫର, ହର୍ଷଦୀପ କୌର୍ ଶ୍ରେଷ୍ଠ ମହିଳା ଗଲ୍ଫର, ଅଙ୍କିତ ପାଢ଼ୀ ଲଙ୍ଗେଷ୍ଟ୍ ଡ୍ରାଇଭ୍, ନୱାଜ ୟୁନୁସ୍ ନିୟରେଷ୍ଟ୍ ଟୁ ପିନ୍ ଏବଂ ଡକ୍ଟର ପିଭି ମୋହନ ଷ୍ଟେଟେଷ୍ଟ୍ ଡ୍ରାଇଭ୍ ସମ୍ମାନ ପାଇଥିଲେ। ରାଜ୍ୟର ୨୨ଟି ପ୍ରମୁଖ କର୍ପୋରେଟ୍ ସଂସ୍ଥା ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ।
କର୍ପୋରେଟ୍ ଗଲ୍ଫ: ସତ୍ୟଜ୍ୟୋତି, ଲଖି, ହର୍ଷଦୀପ ବିଜେତା
/sambad/media/post_attachments/wp-content/uploads/2022/04/5465sf4fhshshshfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)