ଫିଫା ବିଶ୍ୱକପ୍‌: ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ରୋନାଲଡ୍‌

ସେନ୍‌ ହୋଜେ: ଫୁଟ୍‌ବଲ୍‌ ପ୍ରେମୀ ଚଳିତ ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ କୋଷ୍ଟାରିକାର ଡିଫେଣ୍ଡର ତଥା ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ରୋନାଲଡ୍‌ ମଟାରିଟାକୁ ଦେଖି ପାରିବେ ନାହିଁ। ଅର୍ଥାତ ରୋନାଲଡ୍‌ ଫିଫା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ସ୍ଥାନରେ ଟିମ୍‌ରେ କେନେରଙ୍କୁ ସାମିଲ କରାଯାଇଛି। କୋଷ୍ଟାରିକା ଫୁଟବଲ୍‌ ସଂଘ ରୋନାଲଡ୍‌ ନ ଖେଳିବା ନେଇ ସୂଚନା ଦେଇଛି।

ଟିମ୍‌ର ଅଧିକାରୀ କହିଛନ୍ତି, ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି ଯେ, ନ୍ୟୁୟର୍କ ସିଟି ଫୁଟବଲ୍‌ କ୍ଲବର ଖେଳାଳିଙ୍କୁ ମାଂସପେଶୀ ଜନିତ ସମସ୍ୟା ରହିଛି। ରୋନାଲଡ୍‌ଙ୍କ ଶରୀରର ମାଂସପେଶୀ ଜନିତ ସମସ୍ୟା ରହିଛି। ପୂର୍ବରୁ ମଧ୍ୟ ଆଘାତର ଶିକାର ହୋଇଥିଲେ। ଫୁଟବଲ ସଂଘ ଏକ ସାମ୍ବାଦିକ ସଂଘରରେ ଏହା ସ୍ପଷ୍ଟ କରିଛି। ମାଂସପେଶୀ ଜନିତ ସମସ୍ୟାରୁ ନିସ୍ତାର ପାଇବାକୁ ରୋନାଲଡ୍‌ଙ୍କୁ ୨ ସପ୍ତାହ ଲାଗିପାରେ ବୋଲି କୁହାଯାଇଛି। ମେଡିକାଲ ଜନିତ ସମସ୍ୟା ଦେଖାଯିବା ପରେ ମୁଖ୍ୟ କୋଚ ଓସ୍କାର ରାମିରେଜଙ୍କୁ ରୋନାଲଡ୍‌ଙ୍କ ସ୍ଥାନରେ କେନେରଙ୍କୁ ସାମିଲ କରିବାକୁ ପଡ଼ିଛି। ସେ କୋଷ୍ଟାରିକା କ୍ଲବ ଅଲାଜୁଏଲେନସ୍‌ର ଡିଫେଣ୍ଡର ଅଟନ୍ତି।

ସଂଘର ଅନୁସାରେ କେନେର ଜୁନ ୧୬ରେ କୋଷ୍ଟାରିକା ଟିମ୍‌ରେ ସାମିଲ ହୋଇଛନ୍ତି। ଜୁନ ୧୭ରେ ଟିମ୍‌ର ପ୍ରଥମ ଗ୍ରୁପ ମ୍ୟାଚ ସର୍ବିଆ ସହିତ ଖେଳାଯିବ। କୋଷ୍ଟାରିକାକୁ ‘ଗ୍ରୁପ-ଇ’ରେ ବ୍ରାଜିଲ, ସର୍ବିଆ ଓ ସୁଇଜରଲାଣ୍ଡ ସହିତ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର