ଦୁବାଇ: ଭାରତରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ପରବର୍ତ୍ତୀ ସଂସ୍କରଣ ଲାଗି ଆଲୋକର ପର୍ବ ଦୀପାବଳି ପୂର୍ବରୁ ଆଇସିସି ଓ ବିସିସିଆଇ କାଉଣ୍ଟଡାଉନ୍ ଆରମ୍ଭ କରିଛନ୍ତି। ପାର୍ବଣ ଋତୁ ପାଇଁ ଭାରତ ଏବେ ଉତ୍ସବମୁଖର ଥିଲା ବେଳେ ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୧କୁ ଆଉ ମାତ୍ର ୧୨ ମାସ ବାକି ରହିଛି। ୨ ଦିନ ପରେ ଆନୁଷ୍ଠାନିକ ଭାବେ କାଉଣ୍ଟ ଡାଉନ ଆରମ୍ଭ ହେବାକୁ ଥିଲା ବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପସ୍ଥିତିରେ ଦୁବାଇରେ ୧୬ ଦଳ ବ୍ରାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ୭ ବର୍ଷ ପରେ ଫେରୁଥିବାରୁ ଏହାକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ବିସିସିଆଇ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବ ବୋଲି ଗାଙ୍ଗୁଲି ଓ ବିସିସିଆଇ ସଂପାଦକ ଜୟ ଶାହ ଏହି ଅବସରରେ କହିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଆଶାତୀତ ସଫଳତା ପରେ ଏହା ମଧ୍ୟ ପ୍ରଥମ ଆଇସିସି ପ୍ରତିଯୋଗିତା ହେବ। ସୂଚନାଯୋଗ୍ୟ ଯେ ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୧ରେ ୧୬ ଦଳ ଅଂଶ ଗ୍ରହଣ କରିବେ। ସେମାନେ ହେଲେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନାମିବ୍ୟା, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ଓମାନ, ପାକିସ୍ତାନ, ପାପୁଆ ନ୍ୟୁ ଗିନି, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍। ଫଟାଫଟ୍ କ୍ରିକେଟ୍ ବିଶ୍ବକପର ୨୦୨୧ ସଂସ୍କରଣ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବାର ଅଛି।
ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ କାଉଣ୍ଟ୍ ଡାଉନ୍
/sambad/media/post_attachments/wp-content/uploads/2020/11/t20-world-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)