କଟକ: ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘରେ ସମ୍ପାଦକଙ୍କ ଦ୍ୱାରା ହେଉଥିବା ଅନିୟମିତତା ମାମଲାରେ ହାଇକୋର୍ଟ ବିନୋଦ ଦାଶ ଓ ଅନୁପ ପାତ୍ରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ରାଜ୍ୟ ସଂଘର ସମ୍ପାଦକ ଓ ଉପ ସଭାପତିଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗକରି ଉଭୟଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ମାମଲାରେ ରାଜ୍ୟ କ୍ରୀଡ଼ା ବିଭାଗ, କ୍ରୀଡ଼ା ନିର୍ଦ୍ଦେଶକ, ଓଡ଼ିଶା ଅଲିମ୍ପିକ ସଂଘ, ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ, ଭାରତୀୟ ବ୍ୟାଡମିଣ୍ଟନ ସଂଘ, ରାଜ୍ୟ ସଂଘ ସମ୍ପାଦକ ପ୍ରଦୀପ ମହାନ୍ତି, ଫକିର ଚରଣ ସୁବୁଦ୍ଧି, ଜଗତସିଂହପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ, ଇନ୍ଦୁ ମହାନ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ କେହି ଉପସ୍ଥିତ ରହୁନଥିଲେ। ତେଣୁ ଏପରି ପରିସ୍ଥିତିରେ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାକୁ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ୍ କାନୁନ୍ଗୋ, ଅସୀମ ଅମିତାଭ ଦାସ, ହିମାଂଶୁ ଶେଖର ମିଶ୍ର ଓ ଅନନ୍ତ ନାରାୟଣ ପଟ୍ଟନାୟକ ପରିଚାଳନା କରୁଥିଲେ।
ବ୍ୟାଡ୍ମିଣ୍ଟନ ସଂଘ ଅନିୟମିତତା ମାମଲା ଖାରଜ
/sambad/media/post_attachments/wp-content/uploads/2017/11/high-court-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)