କାଠମାଣ୍ଡୁ: ନେପାଳର କ୍ରିକେଟର ସନ୍ଦୀପ ଲାମିଚାନେଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସନ୍ଦୀପ ଲାମିଚାନେଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ବୁଧବାର ଦିନ ନେପାଳ କୋର୍ଟ ସନ୍ଦୀପ ଲାମିଚାନଙ୍କୁ ଦଣ୍ଡିତ କରିଛନ୍ତି। ନିକଟରେ ଏହି କ୍ରିକେଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀସାବ୍ୟସ୍ତ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ବିଚାରପତି ଶିଶିର ରାଜ ଧାକାଲଙ୍କ ଖଣ୍ଡପୀଠ ସନ୍ଦୀପ ଲାମିଚାନେଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୩ ବର୍ଷୀୟ ସନ୍ଦୀପ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୫୧ଟି ଦିନିକିଆ ଏବଂ ୫୨ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି | ସେ ୨୦୧୮ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି -୨୦ ମ୍ୟାଚରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ।
ଅନ୍ତର୍ଜାତୀୟ କ୍ରିକେଟ୍ ବ୍ୟତୀତ ସନ୍ଦୀପ ଆଇପିଏଲ୍ ମଧ୍ୟ ଖେଳିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲସ ପାଇଁ ଆଇପିଏଲରେ ଖେଳିଛନ୍ତି। ସନ୍ଦୀପ ମୋଟ ୯ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚଗୁଡିକର ୯ଟି ଇନିଂସରେ ବୋଲିଂ କରି ନେପାଳର ପୂର୍ବତନ ଅଧିନାୟକ ୧୩ଟି ୱିକେଟ୍ ନେଇଥିଲେ। ତେବେ ଗତ ବର୍ଷ ଡିସେମ୍ବରରେ ଜଣେ ଯୁବତୀ ଅଭିଯୋଗ କରିଥିଲେ ଯେ ଅଗଷ୍ଟ ୨୦୨୨ରେ କାଠମାଣ୍ଡୁର ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ, ଯାହା ପ୍ରମାଣିତ ହୋଇଥିଲା । ଏହା ପରେ ସନ୍ଦୀପ ଲାମିଚାନେଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ କୋର୍ଟରୁ ଜାମିନ ମିଳିଥିଲା। କିନ୍ତୁ ବର୍ତ୍ତମାନ ଏହି କ୍ରିକେଟରଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।