ନୂଆଦିଲ୍ଲୀ: ହକି ଅଲିମ୍ପିଆନ ତଥା ୧୯୭୫ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଅଶୋକ ଦିୱାନ ମହାମାରୀ କରୋନା ଲାଗି ହୋଇଥିବା ଯାତ୍ରା ପ୍ରତିବନ୍ଧକ ପାଇଁ ବର୍ତ୍ତମାନ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଅଟକି ରହିଛନ୍ତି। ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବାରୁ ସେ ଜରୁରୀ ଚିକିତ୍ସା େଯାଗାଇବା ପାଇଁ ଅନୁରୋଧ କରିଛନ୍ତି। ମୁଁ ଏପ୍ରିଲ ୨୦ ତାରିଖରେ ଭାରତ ଫେରିବାର ଥିଲା। ହେଲେ ପ୍ରତିବନ୍ଧକ ପାଇଁ ସ୍ବଦେଶ ଫେରିପାରୁନାହିଁ। ଉଚ୍ଚ ରକ୍ତଚାପ ଯୋଗୁଁ ଜରୁରିକାଳୀନ ପରିସ୍ଥିତିରେ ଗତ ସପ୍ତାହରେ କାଲିଫର୍ନିଆସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି। ଚିକିତ୍ସା ହେବା ଲାଗି ବୀମା ନାହିଁ କି ସେହି ପରିମାଣର ଅର୍ଥ ନାହିଁ। ଏବେ ମୁଁ ସହଜ ଅନୁଭବ କରୁନାହିଁ। ମୋ ପାଇଁ ଜରୁରିକାଳୀନ ଚିକିତ୍ସା ଦରକାର ଏବଂ ଘରୁକୁ ଫେରିବାର ବ୍ୟବସ୍ଥା କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ମୁଁ ଭାରତୀୟ ଅଲିମ୍ପିକ୍ସ ସମିତି (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କୁ ଚିଠି ଲେଖିଥିଲି। ସ୍ବଦେଶ ଗଲା ପରେ ମୋ ପାଇଁ ଯାହା ଖର୍ଚ୍ଚ ହୋଇଥିବ ତାହା ଫେରାଇଦେବି ବୋଲି ଧ୍ୟାନ୍ଚାନ୍ଦ ପୁରସ୍କାର ବିଜେତା ଦିୱାନ୍ କହିଛନ୍ତି। ତେବେ ଖବର ପାଇବା ପରେ ଆମେ ସେଠାର ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲୁ। ୬୫ ବର୍ଷୀୟ ଦିୱାନଙ୍କୁ ଜରୁରିକାଳୀନ ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରିବାକୁ କହିଛୁ ବୋଲି ଗୁରୁବାର ରାତିରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆମେରିକାରେ ଫସି ରହିଛନ୍ତି ହକି ଅଲିମ୍ପିଆନ୍ ଦିୱାନ
/sambad/media/post_attachments/wp-content/uploads/2020/04/Ashok-Diwan_d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)