ଓଡ଼ିଶାରେ ସ୍ପେସାଲ ଅଲିମ୍ପିକ୍ସର କୋଭିଡ୍‌ ସହାୟତା

ଭୁବନେଶ୍ୱର : ସମୟର ଆହ୍ୱାନକୁ ଗ୍ରହଣକରି ପ୍ରଭାବିତ ହୋଇଥିବା ଲୋକମାନଙ୍କ ଉତ୍‌ଥାନ ଏବଂ ଯତ୍ନ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ପେସାଲ ଅଲିମ୍ପିକ୍ସ (ଏସ୍‌ଓ) ଭାରତ ପକ୍ଷରୁ ଲାୟନ୍ସ କ୍ଲବ୍ ଇଣ୍ଟରନ୍ୟାସନାଲ୍ ଓ ଅରୁଣା ଆଭେ ଓସ୍ୱାଲ୍ ଟ୍ରଷ୍ଟ୍ ସହବନ୍ଧିତ ହୋଇଛି। ଉକ୍ତ ସହଯୋଗରେ ମିସନ ଇନକ୍ଲୁଜନ ଭାରତ ଅଧୀନରେ କରୋନା ମହାମାରୀ ଏବଂ ଅମ୍ଫାନ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶା ରାଜ୍ୟର ଶତାଧିକ ଏସ୍‌ଓ ଭାରତ କ୍ରୀଡ଼ାବିତ, ପ୍ରଶିକ୍ଷକ ଏବଂ ଦୁର୍ଦ୍ଦଶାରେ କଳାତିପାତ କରୁଥିବା ପରିବାରଙ୍କୁ ଗତମାସରେ କୋଭିଡ୍‌-୧୯ ସ୍ୱଚ୍ଛତା ଆବଶ୍ୟକତା ପ୍ରଦାନ କରାଯାଇଛି। ପ୍ରକାଶ ରଥ (ଆଞ୍ଚଳିକ ନିର୍ଦେଶକ, ଏସ୍‌ଓ ଭାରତ-ଓଡ଼ିଶା) ଓ ବିଭିନ୍ନ ପ୍ରଶିକ୍ଷକ, କ୍ରୀଡ଼ାବିତ ଓ ଯୁବ ନେତାଙ୍କୁ ନେଇ ଗଠିତ ଟିମ୍ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତକରି ଉଭୟ ମହାମାରୀ ଓ ବାତ୍ୟା ଦ୍ୱାରା ପ୍ରଭାବିତ ପ୍ରାୟ ୧୫୦ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି।

କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପୁରୀ ଏବେ ଚତୁର୍ଥ ସ୍ଥାନରେ ଥିବା ବେଳେ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ହେଉଛି ଖୋର୍ଦ୍ଧା। ପ୍ରଭାବିତ ପରିବାରଙ୍କ ମଧ୍ୟରେ ସାନିଟାଇଜର ଏବଂ ମାସ୍କକୁ ମିଶାଇ ସ୍ୱାସ୍ଥ୍ୟ କିଟ୍‌, ମୌଳିକ ଗ୍ରୋସରି ସାମଗ୍ରୀ ଏବଂ ଫାଷ୍ଟ ଏଡ୍ ପ୍ରଦାନ କରାଯାଇଛି। ଯେହେତୁ ବିଗତ ୧୨ ବର୍ଷ ଭିତରେ ଏହି ଦୁଇ ଜିଲ୍ଲା ପ୍ରତ୍ୟକ୍ଷ ଭାବେ ସ୍ପେସିଆଲ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଉଛନ୍ତି ତେଣୁ ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକର ଥଇଥାନ ହେଉଛି ଏସ୍‌ଓ ଭାରତ ରଖିଥିବା ଲକ୍ଷ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଡକ୍ଟର ଅରୁଣା ଆଭେ ଓସ୍ୱାଲ୍‌, ଟ୍ରଷ୍ଟି, ଲାୟନ୍ସ କ୍ଲବ୍ସ ଇଟଂରନ୍ୟାସନାଲ୍ ଓ ଅରୁଣା ଆଭେ ଓସ୍ୱାଲ୍ ଟ୍ରଷ୍ଟ୍‌ର ଅଧ୍ୟକ୍ଷ କହିଛନ୍ତି ଯେ ‘ନେତୃତ୍ୱ ଓ ପ୍ରେରଣା ଜାରି ରହିଛି, ଭାବ ଓ ସେବାରେ ଲକ୍‌ଡାଉନ୍ ହୋଇନାହିଁ।’

ସମ୍ବନ୍ଧିତ ଖବର