ମୁମ୍ବାଇ : ମୁମ୍ବାଇରେ କୋଭିଡ୍ ସଂକ୍ରମଣ ଦିନକୁ ଦିନ ନୂଆ ରେକର୍ଡ କରୁଥିଲା ବେଳେ ଏଠାରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍ ମ୍ୟାଚ୍ଗୁଡ଼ିକ ଯେଭଳି ଏହାଦ୍ବାରା ପ୍ରଭାବିତ ନହୁଏ ସେଥିପାଇଁ ବିସିସିଆଇ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଆରମ୍ଭ କରିଛି। ଷ୍ଟାଡିୟମ୍ ପ୍ରବେଶ ଲାଗି ମ୍ୟାଚ୍ ବେଳେ ଉପସ୍ଥିତ ରହୁଥିବା ଅଧିକାରୀ ଓ ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) କର୍ମକର୍ତାଙ୍କ ଆରଟି-ପିସିଆର୍ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି। ଅର୍ଥାତ୍ ଏଣିକି ଯେଉଁ ଅଧିକାରୀ ଓ କର୍ମକର୍ତା ମ୍ୟାଚ୍ ପରିଚାଳନା କିମ୍ବା ଦେଖିବା ଲାଗି ଷ୍ଟାଡିୟମ୍କୁ ଆସିବେ, ସେମାନଙ୍କୁ ନେଗେଟିଭ୍ କୋଭିଡ୍ ରିପୋର୍ଟ ଦେବାକୁ ହେବ।
ବିସିସିଆଇର ଏଭଳି ନିର୍ଦ୍ଦେଶ ପରେ ଏମ୍ସିଏ ତାର ଆପେକ୍ସ କାଉନସିଲ୍ ସଦସ୍ୟଙ୍କୁ କୋଭିଡ୍ ରି ପୋର୍ଟ ପ୍ରଦାନ କରିବାକୁ କହିଛି। ଯେଉଁ ସଦସ୍ୟଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିବ ସେହିମାନେ ହିଁ ଷ୍ଟାଡିୟମ୍ ଭିତରକୁ ଯାଇ ପାରିବେ ବୋଲି ସଂଘ ଏହା ଦ୍ବାରା ସ୍ପଷ୍ଟ କରିଦେଇଛି। ୱାଙ୍ଖଡେରେ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଶନିବାର ପୂର୍ବବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଛି। ଏହି ପ୍ରସିଦ୍ଧ ଷ୍ଟାଡିୟମ୍ରେ ଶନିବାର (ଏପ୍ରିଲ ୧୦)ଠାରୁ ଆରମ୍ଭ କରି ୧୦ଟି ମ୍ୟାଚ୍ ଖେଳାଯିବାର ଅଛି। ସୂଚନାଯୋଗ୍ୟ ଯେ ଏମ୍ସିଏ ଆପେକ୍ସ କାଉନସିଲ୍ରେ ୫ଜଣ ପଦାଧିକାରୀଙ୍କ ସହ ୧୭ଜଣ ସଦସ୍ୟ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/view.jpg)