ପ୍ରଶଂସକଙ୍କ ପାଇଁ କୋଭିଡ୍‌ ଟିକା ବାଧ୍ୟତାମୂଳକ

ନ୍ୟୁୟର୍କ : ସୋମବାର ଠାରୁ ଚଳିତ ଋତୁର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆରମ୍ଭ ହେବ। ଏହି ପ୍ରତିଯୋଗିତା ଦେଖିବା ପାଇଁ ଆର୍ଥର ଆସ୍‌ ଷ୍ଟାଡିୟମ୍‌ରେ ପ୍ରବେଶ କରିବାକୁ ହେଲେ ପ୍ରଶଂସକମାନଙ୍କୁ କୋଭିଡ୍‌ ଟିକା ନେଇଥିବାର ପ୍ରମାଣ ଦେଖାଇବାକୁ ପଡ଼ିବ ବୋଲି ଆୟୋଜକ ଆମେରିକା ଟେନିସ୍‌ ଆସୋସିଏସନ୍‌ (ୟୁଏସ୍‌ଟିଏ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଶେଷକରି ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପ୍ରଶଂସକଙ୍କ ପାଇଁ ନ୍ୟୁୟର୍କ ସିଟି ମେୟରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିର୍ଦେଶ ଜାରି କରାଯାଇଛି। ୟୁଏସ୍‌ ଓପନ୍‌ ଦର୍ଶକମାନଙ୍କୁ ଟିକେଟ ସହିତ କୋଭିଡ୍‌ ଟିକାର ପ୍ରମାଣ ଦେଖାଇବାକୁ ବାଧ୍ୟ କରାଯାଇଛି। ଅତିକମ୍‌ରେ କୋଭିଡ୍‌ ଟିକାର ଗୋଟିଏ ଡୋଜ୍‌ ନେଇଥିବା ଆବଶ୍ୟକ ବୋଲି କୁହାଯାଇଛି। ଅବଶ୍ୟ ଏହି ନିର୍ଦେଶନାମା ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କ କ୍ଷେତ୍ରରେ ଲାଗୁ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି। କୋଭିଡ୍‌ ମହାମାରୀ ପାଇଁ ଗତବର୍ଷ ଏହି ପ୍ରତିଯୋଗିତା ବିନା ଦର୍ଶକରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର