ସିପିଏଲ୍‌ ୨୧: ସର୍ଜିକାଲ୍‌ର ଦ୍ବିତୀୟ ବିଜୟ

ଭୁବନେଶ୍ବର: କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ୍‌ (ସିସିସି) ପକ୍ଷରୁ ଚାଲିଥିବା କର୍ପୋରେଟ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ସୋମବାର ଦ୍ବିତୀୟ ଦିବସରେ ସର୍ଜିକାଲ୍ ଷ୍ଟ୍ରାଇକର୍ସ ଏବଂ ସ୍ପାର୍ଟନ୍ସ ଏକାଦଶ ବିଜୟୀ ହୋଇଛନ୍ତି। ପ୍ରଥମ ଦିନ ରାୟାଲ ରେଞ୍ଜର୍ସକୁ ପରାସ୍ତ କରିଥିବା ସର୍ଜିକାଲ୍ ସୋମବାର ସାଫେରିକ୍ସ ୱାରିୟର୍ସକୁ ପରାସ୍ତ କରି ଦ୍ବିତୀୟ ବିଜୟ ହାସଲ କରିଛି। ରବିବାର ବେଷ୍ଟ୍‌ଡ୍ରପ୍‌ ଟାଇଟାନ୍ସଠୁ ହାରିଥିବା ସ୍ପାର୍ଟନ୍ସ ଏକାଦଶ ସୋମବାର ଆର୍‌କେଡି (ରୟାଲ୍ କ୍ରିକେଟିଂ ଡେୟାରଡେଭିଲ୍ସ)କୁ ପରାସ୍ତ କରିଥିଲା। ରବିବାର ଅନ୍ୟମ୍ୟାଚ୍‌ ଦ୍ବୟରେ ମୋମେଣ୍ଟମ୍‌ ନିକଟରୁ ଆର୍‌କେଡି ଏବଂ ସ୍ମାସର୍ସ ନିକଟରୁ ବେଷ୍ଟଡ୍ରପ୍ ଟାଇଟନ୍ସ ହାରିଯାଇଥିଲା। ନୂଆ ଦଳ ମଧ୍ୟରୁ ମୋମେଣ୍ଟମ୍‌ ଓ ଟାଇଟନ୍ସ ପ୍ରଥମ ଦିନରୁ ବିଜୟିୀ ହେବା ଉଲ୍ଲେଖନୀୟ ଥିଲା। ବର୍ଷା କାରଣରୁ କିନ୍ତୁ ପ୍ରଥମ ଦୁଇ ଦିନର ଏକାଧିକ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ସିପିଏଲ୍‌ର ଏହି ଚତୁର୍ଥ ସଂସ୍କରଣ ୨୧ ତାରିଖ ପର୍ଯ୍ୟନ୍ତ ଯଦୁପୁର କ୍ରିକେଟ୍‌ ପଡ଼ିଆରେ ଚାଲିବ। ବିଜେତାଙ୍କୁ ୧,୧୫,୦୦୦ ଏବଂ ଉପବିଜେତାଙ୍କୁ ୮୫,୦୦୦ ଟଙ୍କାର ଅର୍ଥ ରାଶି ପୁରସ୍କାର ମିଳିବ ବୋଲି ସିସିସିର ପ୍ରତିଷ୍ଠାତା ତଥା ଯୁଗ୍ମ ସଂପାଦକ ଜିତେନ ଷଡ଼ଙ୍ଗୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର