ଚହଲ-ଧନଶ୍ରୀ ସଂପର୍କରେ ଫାଟ!

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ୟୁଝବେନ୍ଦ୍ର ଚହଲ ଏବଂ ତାଙ୍କ ନୃତ୍ୟ ନିର୍ଦ୍ଦେଶିକା ପତ୍ନୀ ଧନଶ୍ରୀ ବର୍ମାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି। ଏଭଳି ଆଶଙ୍କା ଉଭୟଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ପରେ ପ୍ରକାଶ ପାଇଛି। ଧନଶ୍ରୀ ନିଜ ଇନଷ୍ଟା ଆକାଉଣ୍ଟରୁ ‘ଚହଲ’ ସାଂଗିଆ ବାଦ୍ ଦେଇଛନ୍ତି। ସେପଟେ ଚହଲ ମଧ୍ୟ ନିଜ ଆକାଉଣ୍ଟ୍‌ରେ ରହସ୍ୟଜନକ ବାର୍ତ୍ତା ପ୍ରକାଶ କରିଛନ୍ତି। ଚହଲ ଲେଖିଛନ୍ତି ଯେ ‘ନୂଆ ଜୀବନ ଆରମ୍ଭର ପଥ’। ଧନଶ୍ରୀ ଓ ଚହଲଙ୍କ ଏହି ପଦକ୍ଷେପ ପରେ ଉଭୟଙ୍କ ମଧ୍ୟରେ ଯେ ସବୁକିଛି ଠିକ୍ ନାହିଁ, ସେ ଆକଳନ ପ୍ରଶଂସକ କରିଛନ୍ତି। ଦାନ୍ତ ଡାକ୍ତର ଧନଶ୍ରୀଙ୍କୁ ଚହଲ ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ବିବାହ କରିଥି‌ଲେ। ଏହା ପରେ ଉଭୟ ନିଜ ବୈବାହିକ ଜୀବନର ବହୁ ସ୍ମରଣୀୟ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଚର୍ଚ୍ଚାରେ ରହିଆସୁଥିଲେ।

ସମ୍ବନ୍ଧିତ ଖବର