ନୂଆଦିଲ୍ଲୀ: ୨୦୧୮ ନିଦାହାସ ଟ୍ରଫି ଫାଇନାଲ୍ରେ ଦୀନେଶ କାର୍ତିକ (୨୯ ରନ୍, ୮ ବଲ୍)ଙ୍କ ବିସ୍ଫୋରକ ପାଳି ଯୋଗୁଁ ବାଂଲାଦେଶକୁ ପରାସ୍ତ କରି ଭାରତ ବିଜେତା ହୋଇଥିଲା। ହେଲେ ଏହି ମ୍ୟାଚ୍ରେ ବିଜୟ ଶଙ୍କର (୧୭, ୧୯ ବଲ୍) ନିଜ ପ୍ରଦର୍ଶନକୁ ନେଇ ସମାଲୋଚିତ ହୋଇଥିଲେ। ଏହି ମ୍ୟାଚ୍ରୁ ମିଳିଥିବା ଶିକ୍ଷା ମୋ କ୍ରିକେଟ୍ ଜୀବନର ମୋଡ଼ ବଦଳାଇ ଦେଇଥିଲା ବୋଲି କହିଛନ୍ତି ଶଙ୍କର। ମ୍ୟାଚ୍ ବେଳେ କ’ଣ ଘଟିଥିଲା ବା କେତେ କଷ୍ଟକର ଥିଲା ସମସ୍ତେ ଜାଣିଛନ୍ତି। ମ୍ୟାଚ୍ ପରେ ମୋ ପାଖକୁ ଅସିଥିବା ୫୦ରୁ ଅଧିକ ଫୋନ୍କୁ ମୁଁ ସହଜରେ ଗ୍ରହଣ କରିଥିଲି। ସାମ୍ବାଦିକମାନେ ମୋତେ ଫୋନ୍ କରି ସମାନ ପ୍ରଶ୍ନ ପଚାରିଥିଲେ। ଏଭଳି ପ୍ରଶ୍ନରେ ମୁଁ ବିଚଳିତ ହୋଇ ସାମାଜିକ ଗଣମାଧ୍ୟମରୁ ଦୂରେଇ ଯାଇଥିଲି। କିନ୍ତୁ ଏହି ମ୍ୟାଚ୍ ମୋତେ କିପରି ପରିସ୍ଥିତିକୁ ସମ୍ଭାଳିବି ଏବଂ ଏହି ଖରାପ ଦିନ ଶେଷ ନୁହେଁ ବୋଲି ଶିକ୍ଷା ଦେଇଥିଲା। ଏଭଳି ଖରାପ କେବଳ ମୋତେ ଦେଖିବାକୁ ମିଳିନି। ବିଶ୍ବର ବଡ଼ ବଡ଼ କ୍ରିକେଟର୍ ମଧ୍ୟ ଏହାର ସାମ୍ନା କରିଥିଲେ ବୋଲି ଶଙ୍କର କହିଛନ୍ତି। ଏହି ଶୃଙ୍ଖଳାରେ ମୁଁ ବୋଲିଂ କରିଥିଲି। କିନ୍ତୁ ପ୍ରଥମ ଥର ଲାଗି ଫାଇନାଲ୍ରେ ବ୍ୟାଟିଂ ସୁଯୋଗ ପାଇଥିଲି। ସେଦିନ କ’ଣ ଘଟିଥିଲା ତାକୁ ନେଇ ଅନୁତପ୍ତ ନୁହେଁ, ହେଲେ ଏଥିରୁ କିଛି ଶିଖିଥିଲି। ଏବେ ମୁଁ ସବୁ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ସହ ୧୦୦ ପ୍ରତିଶତ ଦେବାକୁ ଚେଷ୍ଠା କରୁଛି ବୋଲି ଶଙ୍କର କହିଛନ୍ତି। ମେତେ ଭାରତୀୟ ଦଳର ସମସ୍ତ ବରିଷ୍ଠ ଖେଳାଳି ମଧ୍ୟ ସହଯୋଗ କରୁଛନ୍ତି। ଯାହାଫଳରେ ମୋ ଖେଳରେ ଉନ୍ନତି ହୋଇଛି ବୋଲି ସେ କହିଥିଲେ।
କ୍ରିକେଟ୍ ଜୀବନ ବଦଳିବା ଅନୁଭୂତି ବଖାଣିଲେ ଶଙ୍କର
/sambad/media/post_attachments/wp-content/uploads/2019/05/Untitled-11-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)