କ୍ରିକେଟ୍ ଇତିହାସର ଶ୍ରେଷ୍ଠ ୧୦ ବିବାଦୀୟ ଖେଳାଳି

୨୦୦୦: ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ହାନସୀ କ୍ରୋନିଏ ଏବଂ ହରସେଲ୍ ଗିବ୍ସ ଫସିଥିଲେ। କ୍ରୋନିଏ ଆଜୀବନ ଏବଂ ଗିବ୍ସ ୬ ମାସ ନିଲମ୍ବିତ ହୋଇଥିଲେ।
୨୦୦୧: ୱେଷ୍ଟଇଣ୍ଡିଜ୍ ଗସ୍ତରେ ମାରିଜୁଆନା ସେବନ ଏବଂ ପାକିସ୍ତାନ ପ୍ରଶଂସକମାନଙ୍କୁ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟ ଦେଇ ହରସେଲ୍ ଗିବ୍ସ ନିଲମ୍ବିତ ‌ହୋଇଥିଲେ।
୨୦୦୩: କ୍ରିକେଟ୍‌ ଜୀବନରେ ବାରମ୍ବାର ବିବାଦ ଘେରକୁ‌ ଆସିଥିଲେ ରାୱଲପିଣ୍ଡି ଏକ୍ସପ୍ରେସ୍ ସୋଏବ ଅଖତର। ବଲ୍‌ ବିକୃତ, ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ଏବଂ ଡ୍ରଗ ସ୍କାଣ୍ଡାଲ୍ ପାଇଁ ବାରମ୍ବାର ନିଲମ୍ବିତ ହୋଇଥିଲେ।
୨୦୦୬: ମହମ୍ମମ ଅସିଫଙ୍କ ଡ୍ରଗ୍ ସ୍କାଣ୍ଡାଲ୍‌ ପାଇଁ ପାକିସ୍ତାନ କ୍ରିକେଟ୍‌ରେ ଝଡ଼ ସୃଷ୍ଟି ହୋଇଥିଲା। ସାଥିରେ ଥିଲେ ସୋଏବ ଅଖତର। କିଛି ବର୍ଷ ପରେ ସ୍ପଟ୍ ଫିକ୍ସିଂରେ ବି ଜଡ଼ିତ ରହି ନିଲମ୍ବିତ ହୋଇଥିଲେ ଅସିଫ।
୨୦୦୭: ୱେଷ୍ଟଇଣ୍ଡିଜ୍‌ରେ ଦିନିକିଆ ବିଶ୍ବକପ୍ ଆରମ୍ଭ ପୂର୍ବରୁ ନିଶା ସେବନରେ ଧରାପଡ଼ି ଅଷ୍ଟ୍ରେଲୀୟ ସ୍ପିନ୍‌ କିମ୍ବଦନ୍ତୀ ସେନ୍ ୱର୍ନ ଘରକୁ ଫେରିଥିଲେ।
୨୦୦୮: ଭାରତ ଗସ୍ତରେ ଦଳୀୟ ଶୃଙ୍ଖଳା ଭଙ୍ଗ କରି ମାଛ ଧରିବାକୁ ଯାଇଥିବାରୁ ଅଷ୍ଟ୍ରେଲିଆର ଆଣ୍ଡ୍ରିଉ ସାଇମଣ୍ଡସଙ୍କୁ ସ୍ବଦେଶ ପଠାଇ ଦିଆଯାଇଥିଲା। ଏହାର ପରବର୍ତୀ ବର୍ଷ ସେ ମଧ୍ୟ ନିଶା ସେବନ କାରଣରୁ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଧାରୁ ସ୍ବଦେଶ ଫେରିଥିଲେ।
୨୦୦୯: ବିବାଦୀୟ ବ୍ୟକ୍ତିଗତ ଜୀବନ ପାଇଁ ନ୍ୟୁଜିଲାଣ୍ଡର୍ ଜେସେ ରାଇଡରଙ୍କ ଖେଳ ଜୀବନ ଶେଷ ହୋଇଥିଲା। ନିଶା ସେବନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ପାଇଁ ଏହି ପ୍ରତିଭାବାନ ବ୍ୟାଟସମ୍ୟାନ ଅଚିରେ ହଜିଯାଇଥିଲେ ଖେଳ ଦୁନିଆରୁ।
୨୦୧୦: ଲର୍ଡସ ଟେଷ୍ଟ୍‌ରେ ସ୍ପଟ ଫିକ୍ସିଂ କରିବା ପ୍ରମାଣ ମିଳିବା ପରେ ପାକିସ୍ତାନ ଅଧିନାୟକ ସଲମାନ ବଟ୍ଟଙ୍କୁ ୧୦ ବର୍ଷ ବାସନ୍ଦ ଏବଂ ମହମ୍ମଦ ଆମିର ଓ ମହମ୍ମଦ ଆସିଫଙ୍କୁ ନିଲମ୍ବିତ କରାଯାଇଥିଲା।
୨୦୧୩: ଆଇପିଏଲ୍‌ରେ ସ୍ପଟ୍ ଫିକ୍ସିଂ କରିବା ଅଭିଯୋଗରେ ଭାରତୀୟ କ୍ରିକେଟର୍ ଏସ୍ ଶ୍ରୀଶାନ୍ତଙ୍କ ସହିତ ୨ ଜଣ (ଅଙ୍କିତ ଚଭନ, ଅଜିତ ଚାନ୍ଦିଲା) ବାସନ୍ଦ ହୋଇଥିଲେ।
୨୦୧୮: ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ୍ ବିକୃତ ବିବାଦ କାରଣରୁ ଅଧିନାୟକ ଷ୍ଟି‌ଭେନ୍ ସ୍ମିଥ, ଉପ ଅଧିନାୟକ ‌ଡେଭିଡ୍‌ ୱାର୍ନର, କାମେରନ୍ ବନ୍‌କ୍ରଫ୍ଟ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର