ନୂଆଦିଲ୍ଲୀ: କ୍ରିକେଟର ହ୍ୟାରି ବ୍ରୁକ ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର ପାଇବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ଇଂଲଣ୍ଡରେ ଟେଷ୍ଟ ସିରିଜରେ ପ୍ଲେୟାର ଅଫ୍ ଦି ସିରିଜର ବିଜେତା ଉଭୟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇଥିଲା। ଇଂଲଣ୍ଡ ପ୍ରଶିକ୍ଷକ ବ୍ରେଣ୍ଡନ ମ୍ୟାକକୁଲମ ଏହି ପୁରସ୍କାର ପାଇଁ ଶୁଭମନ ଗିଲଙ୍କ ନାମ ଚୟନ କରିଥିବା ବେଳେ ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ହ୍ୟାରି ବ୍ରୁକଙ୍କ ନାମ ବାଛିଥିଲେ।
ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଶୁଭମନ ଗିଲ ସର୍ବାଧିକ ୭୫୪ ରନ କରିଥିବା ବେଳେ ଜୋ ରୁଟ ୫୩୭ ରନ, କେଏଲ ରାହୁଲ ୫୩୨ ରନ, ରବିନ୍ଦ୍ର ଜାଡେଜା ୫୧୬ ରନ ଏବଂ ହ୍ୟାରି ବ୍ରୁକ ୪୮୧ ରନ କରିଥିଲେ।
ବିବିସି ସହିତ କଥାବାର୍ତ୍ତା ସମୟରେ ହ୍ୟାରି ବ୍ରୁକ୍ କହିଛନ୍ତି, "ମୁଁ ଅଧିକ ରନ କରି ନଥିଲି, ତେଣୁ ମୁଁ ଭାବୁଛି ଜୋ ରୁଟ୍ ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର ପାଇବା ଉଚିତ ଥିଲା। ଏହି ସିରିଜ ବହୁତ ଭଲ ଥିଲା। ସତ କହିବାକୁ ଗଲେ, ମୁଁ ପ୍ରଥମେ ଭାବି ନଥିଲି ଯେ ସିରିଜ ଟାଇ ହେବ।
ଗୌତମ ଗମ୍ଭୀରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସୋସିଆଲ ମିଡିଆରେ ମୋତେ ବହୁତ ଟ୍ରୋଲ୍ କରାଯାଉଛି। ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ କମ ରନ କରିଥିବା ସତ୍ତ୍ବେ ଭାରତୀୟ ପ୍ରଶିକ୍ଷକ ହ୍ୟାରି ବ୍ରୁକଙ୍କୁ ପ୍ଲେୟାର ଅଫ୍ ଦି ସିରିଜ ପାଇଁ କାହିଁକି ଚୟନ କଲେ।’