ଦ୍ୱିତୀୟ ଟେଷ୍ଟ୍‍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ ଆଉଟ୍‌ କଲା ଭାରତ

Cricket-India bowl Australia out for 195 in second test

ମେଲ୍‌ବର୍ଣ୍ଣ: ଶନିବାର ଦିନ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ ଆଉଟ୍‌ କରିଛି।

ପେସ୍‌ ବୋଲର୍‌ ଜସ୍‌ପ୍ରିତ୍‌ ବୁମ୍‌ରା ୫୬ ରନ୍‌ ବିନିମୟରେ ୪ଟି ଓ୍ଵିକେଟ୍‌ ଅକ୍ତିଆର୍‌ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩୫ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ହାସଲ କରିଛନ୍ତି।

Image Courtesy of Hindustan Times

ଟସ୍‌ ଜିଣି ଅଷ୍ଟ୍ରେଲିଆ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେବା ପରେ ଜସ୍‌ପ୍ରିତ୍‌ ବୁମ୍‌ରା, ରବି ଅଶ୍ୱିନୀ ଏବଂ ମହମ୍ମଦ ସିରାଜ ବୋଲିଙ୍ଗ୍‌ କରି ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ବୋଲର୍‌ମାନଙ୍କର ବାଉନ୍‌ସ୍‌ ଓ ସ୍ପିନ୍‌ ବଲ୍‌କୁ ସାମ୍ନା କରି ଅଷ୍ଟ୍ରେଲିଆର ବ୍ୟାଟ୍ସ୍‌ମ୍ୟାନ୍‌ ମାର୍ଣ୍ଣସ୍‌ ଲାବୁସ୍‌ଚେନ୍‌ ସର୍ବାଧିକ ୪୮ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ଭାରତୀୟ ବୋଲର୍‌ ବୁମ୍‌ରା ୫୬ ରନ୍‌ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି।

ଅଷ୍ଟ୍ରେଲିଆ ଏହି ଇନିଙ୍ଗ୍‌ସ୍‌ରେ ସମୁଦାୟ ୭୨.୩ ଓଭର୍‌ ଖେଳିଛି। ଭାରତୀୟ ବୋଲର୍‌ ରବୀନ୍ଦ୍ର ଜାଡ଼େଜା ଅଷ୍ଟ୍ରେଲୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ପ୍ୟାଟ୍‌ କୁମିନ୍‌ସ୍‌ଙ୍କୁ ଆଉଟ୍‌ କରିବା ପରେ ଅଷ୍ଟ୍ରେଲୀୟ ଇନିଙ୍ଗ୍‌ସ୍‌ର ସମାପ୍ତି ଘଟିଥିଲା।

ଆଡିଲେଡ୍‌ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍‍ ମ୍ୟାଚ୍‌ରେ ଭାରତକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଏହି ସିରିଜ୍‌ରେ ୧-୦ରେ ଅଗ୍ରଣୀ ରହିଛି।

ସମ୍ବନ୍ଧିତ ଖବର