ନୂଆଦିଲ୍ଳୀ: ଟେଷ୍ଟ ସିରିଜ୍ ଆରମ୍ଭରୁ ଭାରତ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି । ବର୍ଷ ଶେଷ ଆଡକୁ ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ପରାସ୍ତ କରିଛି ଭାରତ। ଦକ୍ଷିଣ ଆଫ୍ରିକାର ପଡ଼ିଆରେ ଭାରତର ଏହା ପ୍ରଥମ ବିଜୟ। ଏହି ବିଜୟ ପରେ ଖେଳାଳି ପଡ଼ିଆରେ ଖୁସି ଜାହିର କରିଥିଲେ। ଟିମର ଅଧିନାୟକ ବିରାଟ କୋହଲି ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। କୋହଲିଙ୍କ ପରିବାର ଏହି ଯାତ୍ରାରେ ତାଙ୍କ ସହିତ ଅଛନ୍ତି। ତାଙ୍କ ଝିଅ ଭାମିକା ବି ଏହି ବିଜୟ ଅବସରରେ ମହଜୁଦ ଥିଲେ।
First match of vamika in the stands. Virat gesturing this to his family.
God, protect them 🧿🥺Do it for your girls, Virat! Do it for them.
VC - @StarSportsIndia#ViratKohli #INDvSA #AnushkaSharma #Virushka pic.twitter.com/QyEHree6NL
— Siddhi 🌻 (@Sectumsempra187) December 30, 2021
ମ୍ୟାଚ୍ ବେଳେ ପ୍ରଥମ ଥର ପାଇଁ ଷ୍ଟାଡିୟମରେ କୋହଲିଙ୍କ ଝିଅ ଭାମିକାଙ୍କୁ ଦେଖିବାକୁ ମିଳିଥିଲା। ବିରାଟ କୋହଲି ଜିତିବା ପରେ ପଡ଼ିଆରୁ ଫେରୁଥିବାବେଳେ ସେ ତାଙ୍କ ଝିଅ ଭାମିକା ଏବଂ ସ୍ତ୍ରୀ ଅନୁଷ୍କାଙ୍କ ଆଡକୁ ହାତ ହଲାଇ ଉତ୍ସାହ ସହିତ ଡାକିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।