ଓଡ଼ିଶାରେ କ୍ରିକେଟ୍ ଆରମ୍ଭ ହେଲେ ମ୍ୟାଚ୍ ଅଭ୍ୟାସକୁ ଅଧିକ କରାଯାଉ: ସୌରଜିତ
ହ୍ୟାଟ୍ରିକ ଵିକେଟ ନେଇଥିବା ମ୍ୟାଚ୍କୁ ମନେପକାଇଲେ
କଟକ: କ୍ରିକେଟ୍ ଆରମ୍ଭ ପାଇଁ ବିସିସିଆଇ ‘ଏସ୍ଓପି’ ଜାରି କରିବା ପରେ ଖେଳାଳିମାନେ ଶିବିରରେ ଯେତିକି ସମୟ ଦେବେ ସେଥିରୁ ଅଧିକା˚ଶ ସମୟ ମ୍ୟାଚ୍ ଅଭ୍ୟାସରେ ଲଗାଇବା ଉଚିତ୍। କାରଣ ଯେତିକି ଦିନ ଘରେ ରହିଲେ, ସେଥିରେ ସେମାନଙ୍କ ଶାରୀରିକ ଦକ୍ଷତା ଠିକ୍ ଥାଇପାରେ, କିନ୍ତୁ ମ୍ୟାଚ୍ ଅଭ୍ୟାସ ଆଦୌ ରହିନଥିବ। ତେଣୁ ଖେଳାଳିମାନଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଅଧିକ ଅଭ୍ୟାସ ମ୍ୟାଚ୍ କରାଇବା ଆବଶ୍ୟକ ବୋଲି ପୂର୍ବତନ ଦ୍ରୁତ ବୋଲର ତଥା ଓସିଏ (ଓଡ଼ିଶା କ୍ରିକେଟ୍ ସଂଘ)ର ପୂର୍ବତନ ବୋଲି˚ ପ୍ରଶିକ୍ଷକ ସୌରଜିତ ମହାପାତ୍ର କହିଛନ୍ତି। କେବଳ ଓଡ଼ିଶା ନୁହେଁ, ପ୍ରତ୍ୟେକ ରାଜ୍ୟର ଖେଳାଳିମାନଙ୍କ ଅବସ୍ଥା ସମାନ। ହେଲେ ପେସାଦାର ଖେଳାଳିମାନେ ଖୁବ୍ଶୀଘ୍ର ପୂର୍ବ ଲୟକୁ ଫେରିବେ। ପ୍ରଶିକ୍ଷକ, ଫିଜିଓ ମିଶିକରି ସେମାନଙ୍କ ଶାରୀରିକ ଦକ୍ଷତା ମାପିବା ପରେ ପରବର୍ତ୍ତୀ ସ୍ତରର ପ୍ରଶିକ୍ଷଣ ଦିଆଯିବା ଉଚିତ୍। ହେଲେ ଏକ୍ଷେତ୍ରରେ ପ୍ରଶିକ୍ଷକ ଓ ଫିଜିଓଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଏଥିସହିତ ଖେଳାଳିଙ୍କୁ ମନସ୍ତାତ୍ତ୍ବିକ ଭାବେ ଦୃଢ଼ ରହିବା ପାଇଁ ଓସିଏ ପକ୍ଷରୁ ଜଣେ କାଉନସିଲରଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ବୋଲି ସୌରଜିତ ପରାମର୍ଶ ଦେଇଛନ୍ତି।
ସୌରଜିତ ଯଦିଓ ମାତ୍ର ୨୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ସ୍ବଳ୍ପ ଅବଧି ମଧ୍ୟରେ ସେ ଓଡ଼ିଶା କ୍ରିକେଟ୍କୁ ଏକ ନୂଆ ଦିଗ ଦେଖାଇପାରିଥିଲେ। ଓଡ଼ିଶାରୁ ପ୍ରଥମ ଖେଳାଳି ଭାବେ ସେ ହ୍ୟାଟ୍ରିକ ଵିକେଟ ନେଇଥିଲା ବେଳେ ପ୍ରଥମ ଥର ୧୦ ଵିକେଟ୍ ସଫଳତା (୧୩/୬୩) ମଧ୍ୟ ପାଇଥିଲେ। ଗୋଟିଏ ମ୍ୟାଚ୍ରେ ସର୍ବାଧିକ ଵିକେଟ୍ ନେବା କୀର୍ତ୍ତିମାନକୁ ଦୁଇ ବର୍ଷ ପରେ ସୁଶୀଲ କୁମାର ୧୬ ଵିକେଟ୍ ନେଇ ଭାଙ୍ଗିଥିଲେ। ତେବେ ହ୍ୟାଟ୍ରିକ ଵିକେଟ୍ ନେଇଥିବା ମ୍ୟାଚ୍ର ଅଭିଜ୍ଞତା ବିଷୟରେ ସୌରଜିତ କହିଛନ୍ତି ଯେ ଓଡ଼ିଶା ପ୍ରଥମେ ବ୍ୟାଟି˚ କରି ୩୬୯ ରନ୍ରେ ପାଳି ଘୋଷଣା କରିଥିଲା। ସୌମିତ୍ର ଚୌଧୁରୀ ଓ ର˚ଜିବ ବିଶ୍ବାଳ ଏହି ମ୍ୟାଚ୍ରେ ପଦାର୍ପଣ କରିଥିଲେ। ର˚ଜିବ ପ୍ରଥମ ମ୍ୟାଚ୍ରେ ୫୭ ରନ୍ର ଆକର୍ଷଣୀୟ ପାଳି ଖେଳିଥିଲା ବେଳେ ସ୍ବପନ ମିତ୍ର ୬୯, ଅବିନାଶ ଖଟୁଆ ୮୪ ରନ୍ର ଅର୍ଧଶତକୀୟ ପାଳି ମଧ୍ୟ ଖେଳିଥିଲେ। ମ୍ୟାଚ୍ର ଦ୍ବିତୀୟ ଦିନ ଓଡ଼ିଶା ପାଳି ଘୋଷଣା ପରେ ବୋଲି˚ କରିଥିଲା। ଗୋଟିଏ ଦିନରେ ସେ ୧୦ ଵିକେଟ୍ ନେଇ ସେସମୟରେ ନୂଆ କୀର୍ତ୍ତିମାନ ରଚିଥିଲେ। ମଧ୍ୟାହ୍ନବିରତି ପୂର୍ବରୁ ୧୦ ଓଭର ବୋଲି˚ କରିଥିଲା ବେଳେ ମାତ୍ର ଗୋଟିଏ ଵିକେଟ୍ ପାଇଥିଲେ। ହେଲେ ବିରତି ପରେ କାହାକୁ ବୋଲି˚ ଦିଆଯିବ ବୋଲି ଅଧିନାୟକ ହରମୋହନ ପ୍ରହରାଜ ଓ ପାନାଲାଲ ବୋଷ ଆଲୋଚନା କରିଥିଲେ।
ପରେ ସୌରଜିତଙ୍କ ଉପରେ ଭରସା କରାଯାଇଥିଲା। ଏହି ଓଭରର ପ୍ରଥମ ତିନି ବଲ୍ରେ ସ˚ଜୀବ ପଲ୍, ହିରାଲାଲ ଦତ୍ତ ଓ ଅଭିଜିତ୍ ଦାସଙ୍କୁ ଆଉଟ କରିବା ପରେ ଗୋଟିଏ ବଲ୍ ଛାଡ଼ି ପଞ୍ଚମ ବଲ୍ରେ ଏ ଶାହାଙ୍କୁ ସେ ଆଉଟ୍ କରିଥିଲେ। ପରବର୍ତ୍ତୀ ଓଭରରେ ଅନ୍ତିମ ଵିକେଟ୍ ନେଇ ତ୍ରିପୁରାକୁ ୧୩୪ ରନ୍ରେ ଫଲୋଅନ୍ ଖେଳିବାକୁ ବାଧ୍ୟ କରିଥିଲେ। ଏହି ପାଳିରେ ସୌରଜିତ ମୋଟ ୧୧.୩ ଓଭର ବୋଲି˚ କରି ୨୩ ରନ୍ ବ୍ୟୟରେ ୬ ଵିକେଟ୍ ଅକ୍ତିଆର କରିଥିଲେ। ଫଲୋଅନ୍ ହେବାପରେ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଆସିଥିବା ତ୍ରିପୁରା ପୁଣି ଥରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୮୪ ରନ୍ରେ ସମସ୍ତ ଵିକେଟ୍ ହରାଇଥିଲା। ଏଥର ମଧ୍ୟ ସୌରଜିତ ହିଁ ଏକାକି ଗୋଟିଏ ପଟରୁ ଵିକେଟ୍ ଖସାଇଥିଲେ। ଦ୍ବିତୀୟ ଦିନର ଦ୍ବିତୀୟ ପାଳିରେ ସେ ୫ ଵିକେଟ୍ ନେଇଯାଇଥିଲେ। ଶେଷ ଦିନରେ ଆଉ ୨ ଵିକେଟ ନେଇ ଓଡ଼ିଶାକୁ ୧୫୧ ରନ୍ର ପାଳି ବିଜୟ ଭେଟି ଦେଇଥିଲେ। ଏହି ମ୍ୟାଚ୍ରେ ଵିକେଟ୍ ରକ୍ଷକ ପାନାଲାଲ ମଧ୍ୟ ଏକ କୀର୍ତ୍ତିମାନ ରଚିଥିଲେ। ଵିକେଟରକ୍ଷକ ଭାବେ ଗୋଟିଏ ପାଳିରେ ସେ ୮ କ୍ୟାଚ ନେଇଥିଲା ବେଳେ କେବଳ ପ୍ରଥମ ପାଳିରେ ସେ ୫ କ୍ୟାଚ୍ ନେଇଥିଲେ।
ତେବେ ୧୮୮୫-୮୬ ଋତୁରେ ରଣଜୀ ପଦାର୍ପଣ କରିଥିବା ସୌରଜିତଙ୍କ ପାଇଁ ତ୍ରିପୁରା ବିପକ୍ଷ ଉକ୍ତ ମ୍ୟାଚ୍ ତାଙ୍କର ଦ୍ବିତୀୟ ଥିଲା। ଅନେକଥର ତାଙ୍କୁ ଦଳରେ ନିଆଯାଇଥିଲେ ବି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଉନଥିଲା। ହେଲେ ତ୍ରିପୁରା ବିପକ୍ଷରେ ଏହି ଋତୁର ପ୍ରଥମ ମ୍ୟାଚ୍ ବାରବାଟୀରେ ଖେଳାଯାଉଥିବା ବେଳେ ସୌରଜିତ୍ଙ୍କ ମୁଣ୍ତରେ ସୁନାକଳସ ଢଳାଯିବା ଭଳି ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଯାଇଥିଲା।
ଏହି ନିଷ୍ପତ୍ତିକୁ ମଧ୍ୟ ସେ ସାର୍ଥକ କରି ମ୍ୟାଚ୍ରେ ଏକାଧିକ କୀର୍ତ୍ତିମାନ କରିପାରିଥିଲେ। ହ୍ୟାଟ୍ରିକ ନେବା କଥା କେବେ ବି ତାଙ୍କ ମୁଣ୍ତରେ ନଥିଲା। ଦ୍ବିତୀୟ ଦିନର ମଧ୍ୟାହ୍ନବିରତି ବେଳେ ତ୍ରିପୁରାକୁ ଆଉଟ କରିବା ପାଇଁ ଯୋଜନା ହୋଇଥିଲା। ଫଳରେ ବିରତିପରଠୁ ତ୍ରିପୁରା ବିପର୍ଯ୍ୟୟ ଘଟିଥିଲା। ହ୍ୟାଟ୍ରିକ ଵିକେଟ୍ ନେବା ପରେ ବି ଏହି ସଫଳତା ଅପେକ୍ଷା ଯେତେଶୀଘ୍ର ସବୁଵିକେଟ୍ ଦଖଲ କରିବା ଉପରେ ଆମର ଧ୍ୟାନ ରହିଥିଲା। ହେଲେ କୀର୍ତ୍ତିମାନ ବିଷୟରେ ସେ କିଛି ଜାଣିନଥିଲେ। ପରଦିନ ଖବରକାଗଜରୁ ସେ ପ୍ରଥମ ହ୍ୟାଟ୍ରିକ ଵିକେଟ ଦଖଲକାରୀ ହୋଇଥିବା ଜାଣିବାକୁ ପାଇଥିବା ସୌରଜିତ କହିଛନ୍ତି। ସ˚ଯୋଗବଶତଃ ସୌରଜିତଙ୍କ ହ୍ୟାଟ୍ରିକ କୀର୍ତ୍ତିମାନ ତାଲିକାରେ ୧୪ ବର୍ଷ ପରେ ୨୦୦୧ରେ ଅଜୟ ବାରିକ ଓ ଏହାର ୧୪ ବର୍ଷ ପରେ ୨୦୧୫-୧୬ରେ ବସନ୍ତ ମହାନ୍ତି ନାମ ଲେଖାଇଥିଲେ। ତଥାପି ମାତ୍ର ୧୯ ବର୍ଷ ୪ ମାସ ବୟସରେ ସୌରଜିତ ହ୍ୟାଟ୍ରିକ ନେଇ ସବୁଠୁ କମ୍ ବୟସରେ ଏହି ସଫଳତା ପାଇବା କୀର୍ତ୍ତିମାନ କାଏମ ରହିଛି। ହେଲେ ପରବର୍ତ୍ତୀ ସମୟରେ ଦଳର ଚୟନକୁ ନେଇ କିଛି ବିବାଦୀୟ ସ୍ଥିତି ସୃଷ୍ଟି ହେବାରୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସରୁ କ୍ରିକେଟ୍ ଛାଡ଼ିବାକୁ ପଡ଼ିଥିଲା। ସୌରଜିତ ମୋଟ ୨୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲା ବେଳେ ୩୧.୦୨ ହାରରେ ୧୦୦ ଵିକେଟ୍ ଅକ୍ତିଆର କରିଛନ୍ତି। ଏଥିମଧ୍ୟରେ ୭ଥର ୫ ଵିକେଟ୍ ସଫଳତା ଓ ଥରେ ୧୦ ଵିକେଟ ସଫଳତା ସେ ପାଇଛନ୍ତି। ଏହାବ୍ୟତୀତ ମାତ୍ର ଗୋଟିଏ ଲିଷ୍ଟ ଏ’ ମ୍ୟାଚ୍ରେ ତାଙ୍କୁ ସୁଯୋଗ ମିଳିଥିଲେ ବି କୌଣସି ସଫଳତା ପାଇପାରିନଥିଲେ। କ୍ରିକେଟ୍ ଛାଡ଼ିବା ପରେ ସେ ଓଡ଼ିଶା କ୍ରିକେଟ୍ ଏକାଡେମିରେ ବୋଲି˚ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି।