ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେଲା ବିରାଟ କୋହଲି ଅନେକ ଅର୍ଦ୍ଧଶତକ ହାସଲ କରିଛନ୍ତି କିନ୍ତୁ ଶତକ ହାସଲ କରିପାରି ନାହାନ୍ତି। ତେଣୁ ବହୁଦିନରୁ ବିରାଟ କୋହଲିଙ୍କ ପୃଥିବୀ ସାରାର ପ୍ରଶଂସକମାନେ ତାଙ୍କର ୭୧ ତମ ଶତକକୁ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି।
ଉଲ୍ଲେଖନୀୟ କଥା ହେଉଛି ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ବିରାଟ କୋହଲିଙ୍କ ଶତକକୁ ଅପେକ୍ଷା କରି ରହିଛନ୍ତି। ପାକିସ୍ତାନର କ୍ରିକେଟ୍ ପ୍ରଶଂସକ ଚାହୁଁଛନ୍ତି କୋହଲି ପାକିସ୍ତାନ ଆସି ଶତକ ହାସଲ କରନ୍ତୁ। ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍) ସମୟରେ ପ୍ରଶଂସକ କୋହଲିଙ୍କ ପୋଷ୍ଟର୍ ଧରି ମ୍ୟାଚ୍ ଦେଖିବାକୁ ଆସିଥିଲେ। ଗୋଟିଏ ପୋଷ୍ଟରରେ ଲେଖା ହୋଇଥିଲା, ମୁଁ ତୁମ ଶତକ ପାକିସ୍ତାନରେ ଦେଖିବାକୁ ଚାହୁଁଛି। ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର୍ ଭାଇରାଲ୍ ହେବାରେ ଲାଗିଛି।
ବିରାଟ କୋହଲି ଶେଷଥର ପାଇଁ ନଭେମ୍ବର ୨୦୧୯ରେ ବାଂଲାଦେଶ ବିରୋଧରେ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିଲେ। ଐତିହାସିକ ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ସେହି ମ୍ୟାଚରେ ସେ ୧୩୬ ରନର ଚମତ୍କାର ଶତକ ହାସଲ କରିଥିଲେ।
ଭାରତୀୟ କ୍ରିକେଟ୍ ଦଳ ୨୦୦୮ରୁ ପାକିସ୍ତାନ ଗସ୍ତରେ ଯାଇନାହିଁ। ରାଜନୈତିକ ଓ କୂଟନୀତିକ ସମ୍ପର୍କ ଭଲ ନଥିବାରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଖେଳାଯାଉ ନାହିଁ। କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହୋଇଆସୁଛି। ୨୦୧୩ରେ ଶେଷ ଥର ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଖେଳାଯାଇଥିଲା। ଏହି ସିରିଜ୍ ଭାରତରେ ଖେଳା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Virat_Kohli_.jpg)