କ୍ରିକେଟ୍ କଥନ

ରୋହିତ ଶର୍ମାଙ୍କୁ ସମସ୍ତ ଫର୍ମାଟ ଲାଗି ଅଧିନାୟକ ନିଯୁକ୍ତ କରାଗଲେ ବି ଏହା ସ୍ବଳ୍ପ ସମୟ ପାଇଁ ହେବା ସମ୍ଭାବନା। କାରଣ ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌, ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଏବଂ ୨୦୨୩ ଦିନିକିଆ ବିଶ୍ବକପ୍‌ ଦୃଷ୍ଟିରୁ ପରବର୍ତୀ ୨ ବର୍ଷ ଭାରତୀୟ କ୍ରିକେଟ୍ ପାଇଁ ଗୁରୁତ୍ବପୂର୍ଣ୍ଣ: ସବା କରିମ୍‌

ନେତୃତ୍ବ ନେବାରେ ମହେନ୍ଦ୍ର ସିଂହ ଧୋନି ଏବଂ ରୋହିତ ଶର୍ମା ଏକାଭଳି। ବିରାଟ କୋହଲି ନେତୃତ୍ବରୁ ଅପସରିଯିବା ଭାରତୀୟ କ୍ରିକେଟ୍‌କୁ ପ୍ରଭାବିତ କରିବ ନାହିଁ: ଡାରେନ୍ ସାମି

ମହମ୍ମଦ ସିରାଜଙ୍କ ଭଳି ଜଣେ ଦ୍ରୁତ ବୋଲର ମାତ୍ର ୧୨ ମାସ ହେବ ଭାରତୀୟ ଦଳକୁ ଆସିଥିବା ବିଶ୍ବାସ କରି ହେଉନାହିଁ। ଖୁବ୍ କମ୍ ଦିନରେ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମିଙ୍କ ପରେ ଦଳର ତୃତୀୟ ପସନ୍ଦର ପେସ୍‌ ବୋଲର ହୋଇପାରିଛନ୍ତି। ଏପରିକି ଈଶାନ୍ତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି: ସେନ୍‌ ୱର୍ଣ୍ଣ

ଅସ୍ତ୍ରୋପଚାର ପରେ ବିନା ମ୍ୟାଚ୍‌ରେ କୁଲଦୀପ ଯାଦବ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ସହଜ କଥା ନୁହେଁ। ଗୋଟିଏ ଦୁଇଟି ୱିକେଟ୍ ପାଇଗଲେ ସେ ଭିନ୍ନ ଜଣେ ବୋଲର ପାଲଟିଯିବେ। ବିସିସିଆଇ ତାଙ୍କ ସହ ରହିବା ଉଚିତ୍: ହରଭଜନ ସିଂହ

ଆମ ସମୟରେ ଯଦି ଏତେ ରିଭ୍ୟୁ ବ୍ୟବସ୍ଥା ରହିଥାନ୍ତା ତେବେ ସଚିନ ତେନ୍ଦୁଲକର ୧ ଲକ୍ଷ ରନ୍‌ କରିପାରିଥାନ୍ତେ। କ୍ରିକେଟ୍ ଏବେ ବ୍ୟାଟିଂ ପ୍ରମୁଖ ହୋଇଯାଇଛି: ସୋଏବ୍ ଅଖତର

ଭାରତୀୟ ସୀମିତ ଓଭର ଦଳରେ କୁଲଦୀପ ଯାଦବ, ଦୀପକ ହୁଦା, ୱାସିଂଟନ୍ ସୁନ୍ଦର ଓ ଋତୁରାଜ ଗାଏକ୍ବାଡଙ୍କୁ ଦେଖି ଖୁସି ଲାଗୁଛି: ଯୁବରାଜ ସିଂହ

ଚଳିତ ବର୍ଷ ଭାରତର ଶେଷ ଦିନିକିଆ ବିଶ୍ବକପ୍‌ (୨୦୧୧) ବିଜୟକୁ ୧୧ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି। ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ‌ଖେଳାଯିବାକୁ ଥିବାରୁ ଭାରତ ଆଉ ଏକ ଟ୍ରଫି ଜିତିବାର ଆଶା ରହିଛି। ଉତ୍‌ଥାନ ଓ ପତନ ସତ୍ତ୍ବେ ରୋହିତ ଶର୍ମା-ରାହୁଲ ଦ୍ରାବିଡ଼ ଯୋଡ଼ି ଭାରତକୁ ଆଉ ଏକ ବିଶ୍ବକପ୍‌ ବିଜୟ ଦେବେ ବୋଲି ବିଶ୍ବାସ ରହିଛି: ସଚିନ ତେନ୍ଦୁଲକର

ରବି ଶାସ୍ତ୍ରୀଙ୍କୁ କାଳେ ସୌରଭ ଗାଙ୍ଗୁଲି କହିଥିଲେ ‘ବସ୍‌ ଏବେ ଯିବାର ବେଳ’। ଏଭଳି ବ୍ୟକ୍ତିଗତ ଆକ୍ଷେପ ସ୍ପୃହଣୀୟ ନୁହେଁ। ନବେ ଦଶକ ପ୍ରାରମ୍ଭରେ ପାକିସ୍ତାନ କ୍ରିକେଟ୍‌ରେ ଯାହା ଘଟୁଥିଲା ଏବେ ଭାରତୀୟ କ୍ରିକେଟ୍‌ରେ ଘଟୁଛି: ରସିଦ୍ ଲତିଫ୍‌

ସମ୍ବନ୍ଧିତ ଖବର