ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ-ଏ ବିପକ୍ଷ ଦିନିକିଆ ଶୃଙ୍ଖଳା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍ ଲାଗି ଉଭୟ ଭାରତୀୟ-ଏ ଏବଂ ବୋର୍ଡ ସଭାପତି ଏକାଦଶ ଦଳ ସୋମବାର ଘୋଷିତ ହୋଇଛି। ଭାରତୀୟ-ଏ ଦଳର ପ୍ରଥମ ୩ ମ୍ୟାଚ୍ ଏବଂ ବୋର୍ଡ ସଭାପତି ଏକାଦଶର ନେତୃତ୍ୱ ଶ୍ରେୟସ ଆୟରଙ୍କୁ ମିଳିଛି। ‘ଏ’ ଦଳର ଅନ୍ୟ ଦୁଇ ଦିନିକିଆ ମ୍ୟାଚ୍ରେ ଋଷବ ପନ୍ତ ଅଧିନାୟକ ରହିବେ। ନ୍ୟୁଜିଲାଣ୍ଡ-ଏ ଦଳ ଅକ୍ଟୋବର ୬ ତାରିଖରୁ ବିଶାଖାପାଟଣାରେ ୫ଟି ଦିନିକିଆ ଶୃଙ୍ଖଳାର ଖେଳିବ। ବୋର୍ଡ ସଭାପତି ଏକାଦଶ ଅକ୍ଟୋବର ୧୭ ଏବଂ ୨୨ ତାରିଖରେ ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ।
ଭାରତୀୟ-ଏ ଦଳ (ପ୍ରଥମ ୩ ମ୍ୟାଚ୍): ପୃଥ୍ଵୀ ସ, ମୟଙ୍କ ଅଗ୍ରଓ୍ଵାଲ, ଶ୍ରେୟସ ଆୟର (ଅଧିନାୟକ), ଦୀପକ ହୁଦା, ଶୁଭମ ଗିଲ୍, ଶ୍ରୀବତ୍ସ ଗୋସ୍ୱାମୀ, ଶାହବାଜ ନଦୀମ, କର୍ଣ୍ଣ ଶର୍ମା, ବିଜୟ ଶଙ୍କର, ସାର୍ଦ୍ଦୁଲ ଠାକୁର, ସିଦ୍ଧାର୍ଥ କଉଲ, ମହମ୍ମଦ ସିରାଜ ଓ ବାସିଲ ଥାମ୍ପି। ଭାରତୀୟ-ଏ ଦଳ (ଶେଷ ୨ ମ୍ୟାଚ୍): ଏଆର୍ ଇଶ୍ୱରନ୍, ପ୍ରଶାନ୍ତ ଚୋପ୍ରା, ଅଙ୍କିତ ବାଓ୍ଵନେ, ଶୁଭମ ଗିଲ୍, ବାବା ଅପରାଜିତ, ଋଷବ ପନ୍ତ (ଅଧିନାୟକ), ଶାହବାଜ ନଦୀମ, କର୍ଣ୍ଣ ଶର୍ମା, ବିଜୟ ଶଙ୍କର, ସାର୍ଦ୍ଦୁଲ ଠାକୁର, ସିଦ୍ଧାର୍ଥ କଉଲ, ମହମ୍ମଦ ସିରାଜ ଓ ବାସିଲ ଥାମ୍ପି। ବୋର୍ଡ ସଭାପତି ଏକାଦଶ: ପୃଥ୍ଵୀ ସ, ଶିବମ ଚୌଧୁରୀ, ଶ୍ରେୟସ ଆୟର (ଅଧିନାୟକ), କରୁଣ ନାୟର, ଗୁରକୀରଟ ମାନ୍, ମିଲିନ୍ଦ କୁମାର, ଋଷବ ପନ୍ତ, ଶାହବାଜ ନଦୀମ, ଦୀପକ ଚହର, ଧଓ୍ଵଲ କୁଲକର୍ଣ୍ଣି, ଜୟଦେବ ଉନାଦକଟ, ଅଭେସ ଖାନ୍।
ଭାରତ-ଏ, ବୋର୍ଡ ଏକାଦଶ ଦଳ ଘୋଷିତ
/sambad/media/post_attachments/wp-content/uploads/2017/10/Bat-Ball-Wicket-2.jpg)