ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ୍ରେ ଅଂଶଗ୍ରହଣ କରିବା ପାଇଁ ମଙ୍ଗଳବାର (ମେ’ ମାସ ୨୧)ରେ ଇଂଲଣ୍ଡ ଗସ୍ତ କରୁଛି। ବିଶ୍ୱକପ୍ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବ। ଏଥିରେ ଭାରତ ସମେତ ମୋଟ ୧୦ଟି ଟିମ୍ ଭାଗ ନେଉଛନ୍ତି। ଭାରତୀୟ ଟିମ୍ର ଦାୟିତ୍ୱ ବିରାଟ କୋହଲିଙ୍କୁ ମିଳିଛି। ଭାରତ ୨ ଥର ବିଶ୍ୱକପ୍ (୧୯୮୩ ଓ ୨୦୧୧)ରେ ଜିତିଛି। ଆମଦେଶକୁ ପ୍ରଥମ ଥର କପଳି ଦେବ ଏବଂ ଦ୍ୱିତୀୟ ଥର ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍ ଟାଇଟଲ ଦେଇଛନ୍ତି। ଏବେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଭାରତକୁ ବିଶ୍ୱବିଜେତା କରାଇବାର ଗୁରୁ ଦାୟିତ୍ୱ ରହିଛି।
/sambad/media/post_attachments/wp-content/uploads/2019/05/ICC-World-Cup.jpg)
ଭାରତ ବିଶ୍ୱକପ୍ରେ ନିଜର ଅଭିଯାନ ଜୁନ ୫ରୁ କରିବ। ଟିମ୍ର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ସହିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଜୁନ ୧୬ରେ ଖେଳାଯିବ। ଭାରତ ବିଶ୍ୱକପରେ ପାକିସ୍ତାନ ଠାରୁ କେବେ ବି ହାରି ନାହିଁ। ଫଳରେ ଭାରତୀୟ ପ୍ରଶଂସକ ଏଭଳି ପ୍ରଦର୍ଶନ ଜାରି ରଖିବା ପାଇଁ କୋହଲିଙ୍କ ଠାରୁ ନିଶ୍ଚିତ ଭାବେ ଆଶା କରୁଛନ୍ତି।
ଭାରତୀୟ ଟିମ୍: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟକିପର), ବିଜୟ ଶଙ୍କର, କେଦାର ଯାଦବ, ଦିନେଶ କାର୍ତ୍ତିକ (ଓ୍ଵିକେଟକିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି
ଚଳିତ ବିଶ୍ୱକପ୍ ରାଉଣ୍ଡ ରବିନ ଫମାର୍ଟରେ ଖେଳାଯାଉଛି। ଏଥିରେ ସମସ୍ତ ଟିମ୍ ଜଣେ ଅନ୍ୟ ସହିତ ଖେଳିବେ। ଅର୍ଥାତ ଲିଗ୍ ପର୍ଯ୍ୟାୟରେ ସମସ୍ତ ଟିମ୍କୁ ୯-୯ ମ୍ୟାଚ୍ ଖେଳିବାକୁ ପଡ଼ିବ। ଏହା ପରେ ଶୀର୍ଷ ୪ଟି ଟିମ୍ ସେମିଫାଇନାଲରେ ମୁକାବିଲା କରିବେ। ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଜୁଲାଇ ୧୪ରେ ଖେଳାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/team-india.jpg)