ଘରୋଇ ଲିଗ ମ୍ୟାଚ ଖେଳିବାକୁ ଅନ୍ତର୍ଜାତୀୟ କ୍ରିକେଟ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ୪୯ ପ୍ରତିଶତ କ୍ରିକେଟର!

ମୁମ୍ବାଇ: ଘରୋଇ ଲିଗ ମ୍ୟାଚ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାକୁ ପ୍ରସ୍ତୁତ ଅଛନ୍ତି ପ୍ରାୟ ୪୯ ପ୍ରତିଶତ କ୍ରିକେଟ ଖେଳାଳି | ଫେଡେରେସନ୍ ଅଫ୍ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଆସୋସିଏସନ୍ (FICA) ର ରିପୋର୍ଟ ଅନୁଯାୟୀ କ୍ରିକେଟରେ ଏକ ବଡ ପରିବର୍ତ୍ତନ ଆସୁଛି। ଏହି ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ, ବିଶ୍ୱର ଅଧିକାଂଶ କ୍ରିକେଟର ଲିଗ୍ ଖେଳିବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ କ୍ରିକେଟରମାନେ ଏହି ସର୍ଭେରେ ଅନ୍ତର୍ଭୁକ୍ତ ନାହାନ୍ତି, କାରଣ ଭାରତୀୟ କ୍ରିକେଟରମାନେ ବିଭିନ୍ନ ଲିଗରେ ଖେଳିବାର ସ୍ୱାଧୀନତା ପାଇନାହାଁନ୍ତି। ଭାରତୀୟ କ୍ରିକେଟରମାନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବ୍ୟତୀତ ଅନ୍ୟ କୌଣସି ଟି -୨୦ ଲିଗରେ ଖେଳିପାରିବେ ନାହିଁ ଏବଂ ଏହି କାରଣରୁ ଭାରତୀୟ କ୍ରିକେଟରମାନେ ଏହି ସର୍ଭେରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି |

ରିପୋର୍ଟ ଅନୁଯାୟୀ, ଘରୋଇ ଲିଗରେ ଖେଳିବା ପାଇଁ ଅଧିକ ବେତନ ପାଉଥିବାରୁ ୪୯ ପ୍ରତିଶତ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ସାମ୍ପ୍ରତିକ ସମୟରେ, ଏହା ଦେଖିବାକୁ ମିଳିଛି ଯେ ଅନେକ ଷ୍ଟାର କ୍ରିକେଟର ଅନ୍ତର୍ଜାତୀୟ ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଘରୋଇ ଲିଗରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ଲିଗ୍ ଖେଳିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟକୁ ଛାଡିବା କଥା କହିଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ସର୍ବାଧିକ କ୍ଷତି ସହିଛି। ସୁନୀଲ ନାରିନ ଏବଂ ଆଣ୍ଡ୍ରେ ରସେଲଙ୍କ ପରି ଟି -୨୦ କିମ୍ବଦନ୍ତୀମାନେ ସମଗ୍ର ବିଶ୍ୱରେ ଲିଗ୍ ଖେଳିବା ଜାରି ରଖିଥିଲେ ବି ସେମାନେ ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରତା ବଜାୟ ରଖିଛନ୍ତି |

ସମ୍ବନ୍ଧିତ ଖବର