ଭୋଟର ତାଲିକାରେ ଦ୍ରାବିଡ଼ଙ୍କ ନାଁ ନାହିଁ

ବାଙ୍ଗାଲୋର: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା କର୍ଣ୍ଣାଟକ ନିର୍ବାଚନ ଆୟୋଗର ଦୂତ ରାହୁଲ ଦ୍ରାବିଡ଼ ଚଳିତ ସାଧାରଣ ନିର୍ବାଚନରେ ‌ମତଦାନ କରିପାରିବେ ନାହିଁ। ଭୋଟର ତାଲିକାରେ ନାଁ ନଥିବାରୁ ସେ ଏଥିରୁ ବଞ୍ଚିତ ହେବେ। ପୂର୍ବରୁ ଇନ୍ଦିରାନଗରରେ ରହୁଥିବା ଦ୍ରାବିଡ଼ କିଛି ଦିନ ତଳେ ବାଙ୍ଗା‌ଲୋରର ଅଶ୍ବଥନଗରକୁ ସ୍ଥାନାନ୍ତରିତ ହୋଇଥିଲେ। ହେଲେ କୌଣସି କାରଣରୁ ନିଜ ନୂଆ ନିର୍ବାଚନ ମଣ୍ଡଳୀ ବାଙ୍ଗାଲୋର ଉତ୍ତରର ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାରେ ବିଫଳ ହୋଇଥିଲେ। ଆମ କର୍ମଚାରୀ ଭୋଟର ତାଲିକାରେ ଦ୍ରାବିଡ଼ଙ୍କ ନାମ ସାମିଲ କରିବାକୁ ତାଙ୍କ ବାସସ୍ଥାନକୁ ବହୁଥର ଯାଇଥିଲେ। ହେଲେ ବାହାରକୁ ଗସ୍ତ କରିଥିବାରୁ ତାଙ୍କ ସହ ସାକ୍ଷାତ ହୋଇପାରିନଥିଲା। ଫଳରେ ତାଙ୍କ ନାମ ତାଲିକାକୁ ଉଠି ପାରିନଥିଲା। ସଂପ୍ରତି ପଞ୍ଜିକରଣ ଅବଧି ସରି ଯାଇଥିବାରୁ ଆଉ ନାମ ଯୋଡ଼ା ଯାଇପାରିବନି ବୋଲି କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଧୀକାରୀ ସଂଜୀବ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର