ମାଞ୍ଚେଷ୍ଟର୍ ପ୍ରଶଂସକଙ୍କୁ କୋହଲିଙ୍କ ପ୍ରଶଂସା

ମାଞ୍ଚେଷ୍ଟର୍‌: ଭାରତୀୟମାନେ ଫୁଟବଲ୍ ପ୍ରଶଂସକ ଭାବେ ବିଶେଷ ପରିଚିତ ନୁହଁନ୍ତି। କିନ୍ତୁ ଫୁଟବଲ୍ ପ୍ରିୟ ସହର ମାଞ୍ଚେଷ୍ଟର୍‌ର ଓଲ୍ଡ ଟ୍ରାଫର୍ଡରେ ସେମାନଙ୍କ ଅସମ୍ଭବ ଉପସ୍ଥିତି ବିରାଟ କୋହଲିଙ୍କୁ ଅଭିଭୂତ କରି‌ ଦେଇଛି। କୋହଲି ବି ସେମାନଙ୍କ ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି। ଏହି ପଡ଼ିଆରେ ଚଳିତ ବିଶ୍ବକପ୍‌ରେ ଖେଳିଥିବା ଉଭୟ ମ୍ୟାଚ୍‌କୁ ସହଜରେ ଜିତି ନେଇଛନ୍ତି। ଜୁନ୍‌ ୧୬ ତାରିଖରେ ପାକିସ୍ତାନକୁ ୮୯ ରନ୍‌ରେ ହରାଇଥିବା ଭାରତ ଗୁରୁବାର ୱେଷ୍ଟଇଣ୍ଡିଜ୍‌କୁ ୧୨୫ ରନ୍‌ରେ ପରାସ୍ତ କରିଛି। ବିଜୟ ପରେ ବିରାଟ କୋହଲି ଭାରତୀୟ ପ୍ରଶଂସକଙ୍କୁ ସାବାସୀ ଜଣାଇଥିଲେ। ଥମ୍ବସ ଅପ୍‌ ସଙ୍କେତ ଦେଇ ଏକ ଭିଡିଓ ବି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ପ୍ରଶଂସକଙ୍କ ସମର୍ଥନ ଏବଂ ଭଲ ପାଇବା ଆମକୁ ଭଲ ଖେଳିବାକୁ ଉତ୍ସାହିତ କରିଛି ବୋଲି କହିଥିଲେ। କୋହଲି ଗୁରୁବାର ୭୨ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ପାଳି ସହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।

ସମ୍ବନ୍ଧିତ ଖବର