ନୂଆଦିଲ୍ଲୀ: ଟିମ ଇଣ୍ଡିଆର କ୍ରିକେଟର ହରଭଜନ ସିଂହ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଧ୍ରନୱାଲେକୁ ହରଭଜନ ସହିଦ ବୋଲି କହି  ସମାଲୋଚନାର ଶିକାର ହୋଇଛନ୍ତି।

Advertisment

ଅପରେସନ ବ୍ଲୁ ଷ୍ଟାରର ୩୭ ବର୍ଷ ପୂର୍ତ୍ତି ଅବସରରେ ହରଭଜନ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ “ସହିଦମାନଙ୍କୁ ସଲାମ। ୧୯୮୪ ଜୁନ୍ ୧ରୁ ଜୁନ୍‌ ୬ ମଧ୍ୟରେ ଶ୍ରୀ ହରମନନ୍ଦିର ସାହିବ ଭିତରେ ହୋଇଥିବା ଅପରେସନରେ ସମସ୍ତ ସହିଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।”

publive-image
ହରଭଜନଙ୍କ ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ ଆତଙ୍କବାଦୀ କର୍ଣ୍ଣାଇଲକୁ ସହିଦ କହିଥିବାରୁ ହରଭଜନଙ୍କୁ ଟ୍ରୋଲ କରିଛନ୍ତି। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ସହିତ ହରଭଜନଙ୍କୁ କିଛି ଲୋକ ଭାରତରେ ରହିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି। ଟ୍ରୋଲ ହେବାପରେ ବି ହରଭଜନ ନିଜ ପୋଷ୍ଟକୁ ଡିଲିଟ କରି ନଥିବା ଦେଖିବାକୁ ମିଳିଛି।