ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବୋଲର କୁଲଦୀପ ଯାଦବ ଆଇପିଏଲ ଶେଷ ହେବା ପରେ ତାଙ୍କ ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ନିର୍ବନ୍ଧ କରିଥିଲେ। ଲକ୍ଷ୍ନୌରେ ହୋଇଥିବା ଏହି ନିର୍ବନ୍ଧର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ କୁଲଦୀପ ଇଂଲଣ୍ଡ ଗସ୍ତରେ ଚାଲିଯାଇଥିଲେ, ଯେଉଁଠାରେ ଜୁନ୍ ୨୦ରୁ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି। କିନ୍ତୁ ସେଠାକୁ ଯିବା ପରେ, କୁଲଦୀପ ଯାଦବ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କ ନିର୍ବନ୍ଧର ଫଟୋଗୁଡ଼ିକୁ ଡିଲିଟ୍ କରିଦେଇଥିବା ଦେଖାଯାଇଛି।
Kuldeep Yadav uploaded this on Insta and deleted it 😭 pic.twitter.com/QMSdjvDUL3
— Aaraynsh (@aaraynsh) June 16, 2025
କୁଲଦୀପ ଯାଦବ ଇନଷ୍ଟାଗ୍ରାମରେ ବଂଶିକାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ, ଯାହାକୁ ସେ କିଛି ସମୟ ପରେ ହଟାଇ ଦେଇଥିଲେ। ନିର୍ବନ୍ଧ ଭାଙ୍ଗିବାରୁ ସେ ଏହା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ଜଣାପଡ଼ିନାହିଁ। ଜୁନ୍ ୪ ତାରିଖରେ ଅନୁଷ୍ଠିତ କୁଲଦୀପ ଯାଦବଙ୍କ ନିର୍ବନ୍ଧରେ ଅନେକ କ୍ରିକେଟର ମଧ୍ୟ ଯୋଗ ଦେଇଥିଲେ। ହଟାଯାଇଥିବା ଫଟୋରେ କୁଲଦୀପ୍ କଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ତାଙ୍କ ଭାବି ପତ୍ନୀ ଧଳା ରଙ୍ଗର ଗାଉନ୍ ପିନ୍ଧିଥିବା ଦେଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/16/uKirKm9F8w4aFpBHCnc4.jpg)