ବଲାଙ୍ଗୀର : ଆନ୍ତର୍ଜାତିକ ମହିଳା କ୍ରିକେଟର ରୋସନାରା ପରୱିନ ଓ ତାଙ୍କ ମା ହୁସନାରା ବେଗମଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛି। ରବିବାର ଅପରାହ୍ନରେ ରୋସନାରା ଓ ତାଙ୍କ ମା’ଙ୍କୁ ବଲାଙ୍ଗୀର କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୋସନାରାଙ୍କ କହିବାନୁସାରେ, ଗତ କିଛି ଦିନ ହେଲା ତାଙ୍କ ମା’ଙ୍କୁ ଜ୍ୱର ହେଉଥିଲା। ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଯାଇ କରୋନା ପରୀକ୍ଷା କରାଇବାକୁ ଚାହିଁଥିଲେ। ହେଲେ ଆଣ୍ଟିଜେନ କିଟ୍ ନଥିବାରୁ ପରୀକ୍ଷା ହୋଇପାରିନଥିଲା। ପରେ କରୋନା ଟେଷ୍ଟିଂ ଲାବ୍କୁ ତାଙ୍କ ମା’ଙ୍କ ସ୍ୱାବ ଯାଇଥିଲା। ସେହି ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା। ମା’ଙ୍କ ଜ୍ୱର ବଢ଼ିବାରୁ ଓ ତାଙ୍କୁ ବି ଜ୍ୱର ହେବା ଭଳି ଲାଗିବାରୁ ସେ ଡାକ୍ତରଖାନାକୁ ଯାଇ ଆଣ୍ଟିଜେନରେ କରୋନା ଟେଷ୍ଟ କରାଇଥିଲେ। ରୋସନାରା ଓ ତାଙ୍କ ମା’ ଉଭୟଙ୍କ ପଜିଟିଭ ଚିହ୍ନଟ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ଠାକ୍ ଥିବା ବେଳେ ମୁଣ୍ଡବ୍ୟଥା, ଜ୍ୱର କିଛି କିଛି ସମୟ ରହୁଛି ବୋଲି ରୋସନାରା କହିଛନ୍ତି।
ଆନ୍ତର୍ଜାତିକ ମହିଳା କ୍ରିକେଟର ରୋସନାରା ପରୱିନଙ୍କୁ କରୋନା
/sambad/media/post_attachments/wp-content/uploads/2020/09/rosnara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)