ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିଲା। ସମ୍ପ୍ରତି ମିଳିଥିବା ସୂଚନା ଅନୁଯାୟୀ ରିଙ୍କୁଙ୍କ ବିବାହ ଚଳିତ ବର୍ଷ ନଭେମ୍ବରରେ ହେବନାହିଁ ଏହାକୁ ଏବେ ସ୍ଥଗିତ ରଖାଯାଇଛି।
ଜୁନ ୮ ତାରିଖରେ ରିଙ୍କୁ ଏବଂ ପ୍ରିୟାଙ୍କ ଲକ୍ଷ୍ନୌର ଏକ ବିଳାସପୂର୍ଣ୍ଣ ହୋଟେଲରେ ନିର୍ବନ୍ଧ ହେଇଥିଲା। ଏହି ନିର୍ବନ୍ଧକୁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ସମେତ ଅଖିଳେଶ ଯାଦବ, ଜୟା ବଚ୍ଚନ ଏବଂ ଅନେକ ଭିଭିଆଇପି ଅତିଥିମାନେ ଯୋଗ ଦେଇଥିଲେ।
ରିପୋର୍ଟ ଅନୁଯାୟୀ, ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହକୁ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି ରିଙ୍କୁଙ୍କ ଦଳ ପ୍ରତି ଥିବା ପ୍ରତିବଦ୍ଧତା। ଖେଳ ପାଇଁ ରିଙ୍କୁଙ୍କୁ ଦଳ ସହିତ ଯିବାକୁ ପଡିବ। ୨୭ ବର୍ଷୀୟ ରିଙ୍କୁ ସିଂହ ଭାରତ ପାଇଁ ୨ଟି ଦିନିକିଆ ଏବଂ ୩୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି। ଏଥିରେ ସେ ଯଥାକ୍ରମେ ୫୫ ଏବଂ ୫୪୬ ରନ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/24/7cc19b99-21c5-4335-b1cd-7702d031a8b4-2025-06-24-15-53-08.jpg)