ନବଜାତ ଝିଅ ପରେ ବାପାଙ୍କୁ ହରାଇଲେ କ୍ରିକେଟର ବିଷ୍ଣୁ ସୋଲଙ୍କି

ଭୁବନେଶ୍ୱର: ବରୋଦା କ୍ରିକେଟର ବିଷ୍ଣୁ ସୋଲଙ୍କିଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। କିଛି ଦିନ ପୂର୍ବେ ସେ ତାଙ୍କର ନବଜାତ ଝିଅକୁ ହରାଇଥିବା ବେଳେ ପୁଣି ତାଙ୍କ ପିତାଙ୍କର ହୃତଘାତରେ ଦେହାନ୍ତ ହୋଇଥିବା ଖବର ମିଳିଛି। ଏହି ଖବର ପାଇବା ସମୟରେ ସେ କଟକରେ ଚଣ୍ଡିଗଡ଼ ବିପକ୍ଷରେ ରଣଜୀ ଟ୍ରଫି ଖେଳୁଥିଲେ। ଏତେ ବଡ଼ ଦୁଃଖଦ ଖବର ପାଇବା ପରେ ବି ସେ ଧୌର୍ଯ୍ୟ ଧରି ଖେଳକୁ ଜାରି ରଖିଥିଲେ। ପଡ଼ିଆ ମଝିରୁ ଖେଳକୁ ଛାଡ଼ି ଫେରି ପାରିବେ ନାହିଁ ବୋଲି ରୋକ‌ଠୋକ ମନା କରି ଦେଇଥିଲେ।

 

କ୍ରିକେଟର ବିଷ୍ଣୁ ସୋଲଙ୍କିଙ୍କ ଧୌର୍ଯ୍ୟକୁ ମାନିବାକୁ ପଡ଼ିବ। ନବଜାତ ଝିଅର ଅନ୍ତିମ ସଂସ୍କାର କରି ଫେରିବା ପରେ ଗତ ଶୁକ୍ରବାର ସେ ରଣଜୀ ଟ୍ରଫି -୨୦୨୨ ମ୍ୟାଚରେ ଚଣ୍ଡୀଗଡ଼ ବିପକ୍ଷରେ ଶତକ ହାସଲ କରିଥିଲେ ।  ସେ ତାଙ୍କର ଏହି ବ୍ୟକ୍ତିଗତ ଦୁଃଖକୁ ଛାତିରେ ଜାବୁଡ଼ି ଧରି ମ୍ୟାଚର ଦ୍ୱିତୀୟ ଦିନରେ ଏହି ଆଶ୍ଚର୍ଯ୍ୟଜନକ ସ୍କୋର କରିଥିଲେ । କଟକରେ ଏଲିଟ୍ ଗ୍ରୁପ୍ ବି (ରାଉଣ୍ଡ- ୨)ର ଏହି ମ୍ୟାଚ୍‌ରେ ସେ ଏହି ଚମତ୍କାର ଇନିଂସ ଖେଳିଥିଲେ।

 

ସମ୍ବନ୍ଧିତ ଖବର