ତାଲିମ ପାଇଁ ଜମ୍ମୁ କଶ୍ମୀରରୁ ଗୁଜୁରାଟ ଗଲେ କ୍ରିକେଟର, ଇରଫାନ ପଠାନ ଦେଉଛନ୍ତି ଟ୍ରେନିଂ

ଭଦୋଦରା: ତାଲିମ ନେବାକୁ ଜମ୍ମୁ କଶ୍ମୀରର ଘାଟୀରୁ କ୍ରିକେଟରମାନେ ଗୁଜୁରାଟ ଗସ୍ତ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କଶ୍ମୀର କ୍ରିକେଟରଙ୍କୁ ଭଦୋଦରା ପଠାଯାଇଛି। ସେଠାରେ ସମସ୍ତ ଖେଳାଳିଙ୍କୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍‌ ପଠାନ କୋଚିଂ ଦେଉଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପୂର୍ବରୁ ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ୍‌ (ଜେକେସିଏ ) ଜମ୍ମୁ କଶ୍ମୀର କ୍ରିକେଟ୍‌ ଟିମ୍‌ର ମେଣ୍ଟର ଇରଫାନ୍‌ ପଠାନ ସମେତ କିଛି କ୍ରିକେଟରଙ୍କୁ ରାଜ୍ୟ ଛାଡିବା ପାଇଁ କହିଥିଲା।

ଜମ୍ମୁ କଶ୍ମୀରର ଏହି ଖେଳାଳିମାନେ ଭଦୋଦରାସ୍ଥିତ ମୋତିବାଗ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏଠାରେ ଟିମ୍‌ ମେଣ୍ଟର ଇରଫାନ୍‌ ପଠାନ୍‌ ୩୦ ଜଣ ଖେଳାଳିଙ୍କୁ ୧୦ ଦିନ ଯାଏଁ ତାଲିମ ଦେବେ।

‘ଜେକେସିଏ’ର ଜଣେ ବରିଷ୍ଠ ଅଧିକାରୀ ଏହା ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଏଭଳି ବ୍ୟବସ୍ଥା କରାଯାଇଛି। ଅଧିକାରୀ କହିଛନ୍ତି, ଆମେ ଇରଫାନ୍‌ ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ପାଇଁ ପ୍ରି-ସିଜନ ଟ୍ରେନିଂ କରୁଛୁ। ଏହି ମ୍ୟାଚ୍‌ ଘରୋଇ ପର୍ଯ୍ୟାୟ ପାଇଁ ଖେଳାଳିଙ୍କର ଚୟନ ପ୍ରକ୍ରିୟାରେ ସହାୟତା ପ୍ରଦାନ କରିବ।

ସମ୍ବନ୍ଧିତ ଖବର