ଏହି କ୍ରିକେଟ୍‌ ଷ୍ଟାର୍‌ଙ୍କ ସହ ଯୋଡ଼ାଯାଇଛି ୬ ବଲିଉଡ୍‍ ଅଭିନେତ୍ରୀଙ୍କ ନାମ !

ଭାରତ ସାଧାରଣତଃ ଦୁଇଟି ଜିନିଷ ଲାଗି ସାରା ଦୂନିଆରେ ବେଶ୍‌ ଜଣାଶୁଣା- କ୍ରିକେଟ୍‌ ଓ ବଲିଉଡ୍‌। ବିଗତ ଅନେକ ବର୍ଷ ଧରି ଏହି ଦୁଇଟି ମଧ୍ୟରେ ତିକ୍ତ-ମଧୁର ସଂପର୍କ ରହି ଆସିଛି । କିନ୍ତୁ କ୍ରିକେଟ୍‌ ଓ ଚଳଚ୍ଚିତ୍ର ତାରକାଙ୍କ ମଧ୍ୟରେ ପ୍ରେମ ସଂପର୍କର ଇତିହାସ ମଧ୍ୟ ବେଶ ପୁରୁଣା । ନବାବ ପଟୌଦିଙ୍କଠାରୁ ଆରମ୍ଭ କରି ଆଜିର ଯୁବ ସେନସେସନ ବିରାଟ କୋହଲୀଙ୍କ ପର୍ଯ୍ୟନ୍ତ ଅନେକ କ୍ରିକେଟ୍‌ ଷ୍ଟାର ବଲିଉଡ୍‌ ଅଭିନେତ୍ରୀମାନଙ୍କ ପ୍ରେମରେ ପଡ଼ିଆସିଛନ୍ତି ।
ଏବେ ଆପଣ ପ୍ରାୟତଃ ଭାରତୀୟ କ୍ରିକେଟ୍‌ ଦଳର କ୍ୟାପ୍‌ଟେନ୍‌ ତଥା ହ୍ୟାଣ୍ଡ୍‌ସମ୍‌ ବୟ୍‌ ବିରାଟ୍‌ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭିତରେ ରହିଥିବା ପ୍ରେମସଂପର୍କକୁ ନିଶ୍ଚିତ ଭାବରେ ଶୁଣିଥିବେ। ହେଲେ ଆଜି ଆମେ ଆପଣଙ୍କୁ କ୍ରିକେଟ୍‌ ଦୁନିଆର ଏପରି ଜଣେ ଖେଳାଳିଙ୍କ ବିଷୟରେ କହିବୁ,ଯାହାଙ୍କୁ ସିକ୍ସ ସିକ୍ସର ବୋଲି କୁହାଯାଏ, କେବଳ ଏଇଥି ପାଇଁ ନୁହେଁ ଯେ ସେ ୬ଟି ବଲରେ ୬ଟି ଛକ୍କା ମାରିଥିଲେ, ସେ ମଧ୍ୟ ୬ ଜଣ ଅଭିନେତ୍ରୀଙ୍କୁ ଦିଓ୍ଵାନୀ କରିଥିଲେ । ହଁ, ଆପଣ ଠିକ୍‌ ଅନୁମାନ ଲଗାଇଛନ୍ତି । ଆମେ ଆଉ କାହା କଥା ନୁହେଁ, ଯୁବି ଅର୍ଥାତ୍‌ ୟୁବ୍‌ରାଜ୍‌ ସିଂହଙ୍କ ବିଷୟରେ ହିଁ କହୁଛୁ। ଆଉ ଏହି ଖେଳାଳିଙ୍କର ଜଣେ କି ଦୁଇ ଜଣ ନୁହଁନ୍ତି ବରଂ ଏକାଥରରେ ୬ଜଣ ବଲିଉଡ୍‍ ଅଭିନେତ୍ରୀ ହିଁ ଦିଓ୍ଵାନୀ ରହିଥିଲେ।

ଯୁବ୍‌ରାଜ୍‌ ସିଂହଙ୍କର ପ୍ରଥମପ୍ରେମ ବଲିଉଡ଼୍‍ ଅଭିନେତ୍ରୀ କିମ୍‌ ଶର୍ମା ରହିଥିଲେ । ‘ମୋହବତେ’ଫିଲ୍ମରୁ ପ୍ରସିଦ୍ଧି ପାଇଥିବା ଅଭିନେତ୍ରୀ କିମ୍‌ ହୁଏତ ବଲିଉଡ଼୍‍ରେ ନିଜର ସ୍ଥାନକୁ ବଜାୟ ରଖିପାରି ନ ଥିଲେ,ହେଲେ ସେ କ୍ରିକେଟର୍‌ ଯୁବ୍‌ରାଜ୍‌ଙ୍କ ହୃଦୟରେ କିନ୍ତୁ ନିଜ ଲାଗି ଜାଗା ତିଆରି କରିବାରେ ସକ୍ଷମ ହୋଇଥିଲେ। ତେବେ ଏହାପରେ ଏହି ଯୋଡ଼ିଙ୍କ ସଂପର୍କ ବହୁଦିନ ଚାଲିଲା ପରେ କୌଣସି କାରଣକୁ ନେଇ ଦୁହେଁ ଅଲଗା ହୋଇଗଲେ। ଆଉ ଏହାପରେ ଯୁବିଙ୍କ ନାମ ଏବେକାର ନାମୀଦାମୀ ବଲିଉଡ଼୍‍ ଅଭିନେତ୍ରୀ ସୁନ୍ଦରୀ ଦୀପିକା ପାଦୁକୋନଙ୍କ ସହିତ ଯୋଡ଼ା ହୋଇଥିଲା। ହେଲେ ଏମାନେ ଏମାନଙ୍କ ସଂପର୍କକୁ ନେଇ କେବେ ବି ମୁହଁଖୋଲି କହିନାହାନ୍ତି। ତେବେ ଯୁବି ଯେବେ ଦୀପିକାଙ୍କଠାରୁ ଧୋକା ଖାଇଲେ ,ସେତେବେଳେ ତାଙ୍କ ନାମ ବଲିଉଡ଼୍‍ ନାୟିକା ଅକ୍ଷରା ଗୌଡ଼ଙ୍କ ସହିତ ଯୋଡ଼ା ହେବାକୁ ଲାଗିଲା।ହୁଏତ ଅକ୍ଷରାଙ୍କର ବଲିଉଡ଼୍‍ କ୍ୟାରିଅର୍‌ କିଛି ଖାସ୍‌ ରହିନଥିଲା ହେଲେ କ୍ରିକେଟର୍‌ ଯବ୍‌ରାଜ୍‌ଙ୍କ ସହିତ ତାଙ୍କର ପ୍ରେମସଂପର୍କ ପାଇଁ ,ସେ ସେତେବେଳେ ଖୁବ୍‌ ଚର୍ଚ୍ଚିତ ହୋଇଥିଲେ।ତେବେ କୌଣସି କାରଣବଶତଃ ଏହି ସଂପର୍କଟି ମଧ୍ୟ ଅଧିକ ସମୟ ପାଇଁ ତିଷ୍ଠି ରହିପାରିଲାନି।

ଆଉ ଏମାନେ ଦୁହେଁ ଦୁହିଁଙ୍କ ଠାରୁ ହୋଇଗଲେ ଅଲଗା। ଏହାପରେ ଯଦି ଯୁବ୍‌ରାଜ୍‌ଙ୍କ ସହିତ କୌଣସି ହିରୋଇନ୍‌ଙ୍କ ନାମ ଅଧିକ ଚର୍ଚ୍ଚାରେ ରହିଛି ,ସେ ହେଉଛନ୍ତି ଡ଼ିମ୍ପଲ୍‌ଗାର୍ଲ ପ୍ରୀତି ଜିଣ୍ଟା। ହେଲେ ଯୁବି ଓ ପ୍ରୀତିଙ୍କର ଏହି ସଂପର୍କ ମଧ୍ୟ ଶେଷ ପର୍ଯ୍ୟନ୍ତ ରହିଲାନାହିଁ। ଆଉ ଏହାପରେ ୟୁବ୍‌ରାଜ୍‌ ସିଂହ କ୍ୟାନ୍‌ସର୍‌ରେ ପୀଡ଼ିତ ରହି ଜୀବନ ସହିତ ସଂଗ୍ରାମ କରି, ଶେଷରେ କ୍ୟାନ୍‌ସର ଠାରୁ ବାଜିମାତ୍‌ କରିଲେ। ଯେଉଁ ସମୟରେ କି ତାଙ୍କ ନାମ ବହୁବାର ଅଭିନେତ୍ରୀ ଅମୀଷା ପଟେଲ୍‌ଙ୍କ ସହିତ ମଧ୍ୟ ଯୋଡ଼ା ହୋଇଥିଲା।ହେଲେ ପରେ ଏ ଦୁହେଁ ନିଜ ନିଜ ରାସ୍ତାରେ ହିଁ ଚାଲିବାକୁ ଉଚିତ୍‌ ମନେକଲେ। ଶେଷରେ ଭାରତର ଏହି ଲୋକପ୍ରିୟ କ୍ରିକେଟ୍‌ ଖେଳାଳି ୟୁବ୍‌ରାଜ୍‌ ସିଂହଙ୍କ ପ୍ରେମଗାଡ଼ିଟି ଗଡ଼ିଗଡ଼ି ଯାଇ ‘ବଡ଼ିଗାର୍ଡ଼’ହିରୋଇନ୍‌ ହେଜଲ୍‌ କିଚ୍‌ଙ୍କ ପାଖରେ ଅଟକିଗଲା।ଏବଂ ଏହାପରେ ଏହି ଯୋଡ଼ି ୨୦୧୬ ମସିହା ଫେବୃୟାରି ମାସରେ ବିବାହ ବନ୍ଧନରେ ଆବଦ୍ଧ ହେଲେ।

ସମ୍ବନ୍ଧିତ ଖବର