କ୍ରିପ୍‌ସା-ରାଇଜିଂ ମ୍ୟାଚ୍‌ ଅମୀମାଂସିତ

କଟକ: ସିଲଂରେ ଚାଲିଥିବା ଭାରତୀୟ ମହିଳା ଫୁଟ୍‌ବଲ୍‌ ଲିଗ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ଓ କ୍ରିପ୍‌ସା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅମୀମାଂସିତ ରହିଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଉଭୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇଥିଲେ। ତଥାପି ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ମ୍ୟାଚ୍‌ ଅମୀମାଂସିତ ରଖିଥିଲେ। ୭୬ ମିନିଟ୍‌ରେ ରାଇଜିଂର ଅଞ୍ଜୁ ତମଙ୍ଗ ପ୍ରଥମ ଗୋଲ୍‌ ଦେଇଥିଲେ। ହେଲେ ଏହାର ୨ ମିନିଟ୍‌ ଅନ୍ତରରେ କ୍ରିପ୍‌ସାର ରତ୍ନବାଳା ଦେବୀ ଗୋଲ୍‌ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ। ଏପ୍ରିଲ ୨ ତାରିଖରେ ରାଇଜିଂ ଷ୍ଟୁଡେଣ୍ଟ୍‌ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ସେଠୁ ଏଫ୍‌ସିକୁ ଭେଟିବ।

ସମ୍ବନ୍ଧିତ ଖବର