ଭୁବନେଶ୍ୱର: ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାମେଶ୍ୱର କପ୍ ୧୯ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ତୃତୀୟ ଦଳ ଭାବେ କ୍ରାଉନ୍ ସ୍ପୋର୍ଟିଂ ପ୍ରବେଶ କରିଛି। ମଙ୍ଗଳବାର ଗ୍ରୁପ୍-ବି’ର ପ୍ରଥମ ତଥା ପ୍ରତିଯୋଗିତାର ତୃତୀୟ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ସହିଦ ସ୍ପୋର୍ଟିଂକୁ ୯୪ ରନ୍ରେ ପରାସ୍ତ କରି କ୍ରାଉନ୍ ଏହି ସଫଳତା ପାଇଛି।
ଟସ୍ ଜିତି କ୍ରାଉନ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଜନ୍ମେଜୟ ନାୟକ (୮୫ ରନ୍, ୭୧ ବଲ୍)ଙ୍କ ଅର୍ଧଶତକ ସାଙ୍ଗକୁ ସିଦ୍ଧାର୍ଥ ଜୈନ୍ଙ୍କ ୨୨ ବଲ୍ରୁ ୨୮ ରନ୍ ବଳରେ କ୍ରାଉନ୍ ୩୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୦୨ ରନ୍ କରିନେଇଥିଲା। ସହିଦ ପକ୍ଷରୁ ସନ୍ଦୀପ ଚୌହାନ୍ ଓ ଆଶୁତୋଷ ଛୁରିଆ ୨ ଲେଖାଏଁ ଓ୍ଵିକେଟ୍ ପାଇଥିଲେ। ଜବାବରେ ବିନିତ ମହାନ୍ତି (୪/୧୪, ୩.୧ ଓଭର)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ସହିଦ୍ ସ୍ପୋର୍ଟିଂ ୨୪.୫ ଓଭରରେ ୧୦୮ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ଅଂଶୁମାନ ସିହ୍ନା ୨୧ ବଲ୍ରୁ ୩୨ ରନ୍ କରିଥିଲେ। ଜନ୍ମେଜୟ ନାୟକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତାଙ୍କୁ ଓଡ଼ିଶା ରଣଜୀ ଅଧିନାୟକ ଗୋବିନ୍ଦ ପୋଦାର ପୁରସ୍କୃତ କରିଥିଲେ। ମ୍ୟାଚ୍କୁ ପ୍ରିୟବ୍ରତ ପ୍ରଧାନ ଓ ନରେନ୍ଦ୍ର ଦାଶ ପରିଚାଳନା କରିଥିଲା ବେଳେ ପାର୍ଥସାରଥୀ ମହାପାତ୍ର ସ୍କୋରର୍ ରହିଥିଲେ। ବୁଧବାର ଅନ୍ତିମ କ୍ୱାର୍ଟର ଫାଇନାଲ୍ରେ ପାରାମାଉଣ୍ଟ୍ ସ୍ପୋର୍ଟି ଓ ଗ୍ରିନ୍ ଏକାଡେମି ମୁହାଁମୁହିଁ ହେବେ।
ରାମେଶ୍ୱର କପ୍ ସେମିରେ କ୍ରାଉନ୍
/sambad/media/post_attachments/wp-content/uploads/2018/05/1-Crown-Sporting-in-d-Semifinal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)