କ୍ରାଉନ୍‌ ସ୍ପୋର୍ଟିଂ ଜିତିଲା ନିମାପଡ଼ା କପ୍‌

ନିମାପଡ଼ା: ଭୁବନେଶ୍ବରର କ୍ରାଉନ୍‌ ସ୍ପୋର୍ଟିଂ ନିମାପଡ଼ା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଚଳିତ ବର୍ଷ ବିଜେତା ହୋଇଛି। ସ୍ଥାନୀୟ ବାରବାଟୀ ପଡ଼ିଆରେ ରବିବାର ଫାଇନାଲ୍‌ରେ ଦୁଇ ଭୁବନେଶ୍ବର ଦଳ ପ୍ରଗତି ସ୍ପୋର୍ଟିଂ ଓ କ୍ରାଉନ ମୁହାଁମୁହିଁ ହୋଇଥିଲେ। ଏଥିରେ କ୍ରାଉନ୍‌ ୧ ୱିକେଟ୍‌ରେ ପ୍ରଗତିକୁ ପରାସ୍ତ କରି କ୍ରମାଗତ ଚତୁର୍ଥ ଥର ପାଇଁ ନିମାପଡ଼ା କପ୍‌ ବିଜେତା ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପ୍ରଗତି ନିର୍ଦ୍ଧାରିତ ୩୦ ଓଭରରେ ୮ ୱିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା।

ଟୁକୁନା ସାହୁ ୪୧, ଅମିତ ଗୁଇଁ ୨୪, ଅଭିନବ ଘୋଷ ୨୩ ରନ୍‌ କରିଥିଲେ। କ୍ରାଉନ୍‌ ପକ୍ଷରୁ ହିତେଶ ନାୟକ ଏବଂ ଆଶିଷ ୨ଟି କରି ୱିକେଟ୍‌ ନେଇଥିଲେ। ଜବାବରେ କ୍ରାଉନ ଶିଶିର ବେହେରାଙ୍କ ୩୪, ସିଦ୍ଧାନ୍ତ ଜେନାଙ୍କ ୩୨ ରନ୍‌ ସହୟତାରେ ୨ ଓଭର ପୂର୍ବରୁ ୯ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅୟସକାନ୍ତ ମିଶ୍ର ଏବଂ ନିର୍ମଳ ମିଶ୍ର ଖେଳ ପରିଚାଳନା କରିଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାଶ ଓ ଚଳଚ୍ଚିତ୍ର ଅଭିନେତ୍ରୀ ଲିପ୍‌ସା ମିଶ୍ର ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୩୦ ହଜାର ଓ ୨୦ ହଜାର ଟଙ୍କାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥି‌ଲେ।

ସମ୍ବନ୍ଧିତ ଖବର