ସିଏସ୍‌କେ ବ୍ୟାଟିଂ ପ୍ରଶିକ୍ଷକ ମାଇକ୍‌ ହସି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆଇପିଏଲ୍‌ ସ୍ଥଗିତ ହୋଇଯାଇଥିଲେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଚେନ୍ନାଇ ସୁପରକିଙ୍ଗ୍ସ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜି ସୋମବାର କରୋନାରେ ସଂକ୍ରମିତ ହୋଇଥିଲା ବେଳେ ଏବେ ବ୍ୟାଟିଂ ପ୍ରଶିକ୍ଷକ ମାଇକ୍‌ ହସି ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ହସିଙ୍କ ନମୁନାକୁ ପୁଣି ଥରେ ପରୀକ୍ଷା କରିବାକୁ ଦିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ଦଳର ଅନ୍ୟ ଖେଳାଳିମାନେ ଏବେ ଘରକୁ ଫେରୁଥିବା ବେଳେ ବିଦେଶୀ ଖେଳାଳିମାନେ ବିସିସିଆଇର ଜବାବକୁ ଅପେକ୍ଷା କରିଛନ୍ତି। ସୋମବାର ବାଲାଜିଙ୍କ ସହ ଦଳର ବସ୍‌ ସଫେଇ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ପରଦିନ ଅର୍ଥାତ୍‌ ମଙ୍ଗଳବାର ଆଇପିଏଲ୍‌ ପରିଚାଳନା ପରିଷଦ ଓ ବିସିସିଆଇ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର